ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ


ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରିବାରେ ସକ୍ଷମ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲେ ଡିଆରଡିଓ ଏବଂ ଭାରତୀୟ ନୌସେନା

ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣ ବୃଦ୍ଧି କରିବ: ରକ୍ଷା ମନ୍ତ୍ରୀ

प्रविष्टि तिथि: 26 MAR 2025 8:13PM by PIB Bhubaneshwar
  •  

ପ୍ରତିରକ୍ଷା ଗବେଷଣାବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସୌସେନା ଆଜି ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତିସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରାଯାଇପାରିବଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆରରୁ) ଆଜି (୨୬ ମାର୍ଚ୍ଚ ୨୦୨୫) ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କ୍ଷେପଣାସ୍ତ୍ର ସଫଳ ଫ୍ଲାଇଟ୍ଟେଷ୍ଟ ବା ଉଡ଼ାଣ ପରୀକ୍ଷଣ କରାଯାଇଥିଲା ଅତି ସମୀପ ଏବଂ କମ୍ଉଚ୍ଚତାରେ ଦ୍ରୁତ ଗତିରେ ଯାଉଥିବା ଆକାଶମାର୍ଗର ଗୋଟିଏ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରକୁ ଭୂଲମ୍ବ ଭାବେ ମାଟି ଉପରେ ରଖାଯାଇଥିବା ଏକ ଲଞ୍ଚର୍ବା ନିକ୍ଷେପ ଉପକରଣରୁ ଛଡ଼ା ଯାଇଥିଲାଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସୀମା ସମୀପବର୍ତ୍ତୀ ନିମ୍ନ ଉଚ୍ଚତା ସାମର୍ଥ୍ୟକୁ ପ୍ରମାଣିତ କରିଥିଲା

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟକୁ ଧ୍ୱଂସ କରି ଦେଇଥିଲା କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ଭେଦ କରିବାରେ ଆବଶ୍ୟକ ଉଚ୍ଚ ଟର୍ଣ୍ଣ ରେଟ୍କାର୍ଯ୍ୟକାରୀ କରିବା ସହିତ ଚପଳତା, ବିଶ୍ୱସନୀୟତା ଏବଂ ଅତି ପାଖରୁ ଲକ୍ଷ୍ୟ ଭେଦ କରିବାରେ ସଠିକତା ପ୍ରଦର୍ଶନ କରିଥିଲାଯୁଦ୍ଧ ବିନ୍ୟାସରେ ନିୟୋଜିତ ସମସ୍ତ ଅସ୍ତ୍ର ପ୍ରଣାଳୀ ଉପାଦାନ ସହିତ ଏହି ପରୀକ୍ଷା କରାଯାଇଥିଲା। ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍, ମଲ୍ଟି-ଫଙ୍କସନ୍ ରାଡାର ଏବଂ ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ସମେତ କ୍ଷେପଣାସ୍ତ୍ରସବୁ ଉପାଦାନ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲାଆଇଟିଆର ଚାନ୍ଦିପୁର ଦ୍ୱାରା ବିକଶିତ ବିଭିନ୍ନ ରେଞ୍ଜ ଉପକରଣ ଦ୍ୱାରା ଉତ୍ତୋଳିତ ଉଡ଼ାଣ ତଥ୍ୟ ଦ୍ୱାରା ଏହି ବ୍ୟବସ୍ଥାର ପ୍ରଦର୍ଶନକୁ ପ୍ରମାଣିତ କରାଯାଇଥିଲା।

ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଏବଂ ବିକାଶ କ୍ଷମତାର ପ୍ରମାଣ ବୋଲି ଅଭିହିତ କରିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ମଧ୍ୟ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ସହଯୋଗୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ସଶସ୍ତ୍ର ବାହିନୀକୁ ଆହୁରି ବୈଷୟିକ ପ୍ରୋତ୍ସାହନ ଦେବ।

******

P.S.


(रिलीज़ आईडी: 2115565) आगंतुक पटल : 108
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali