ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏହା ମୋ ପାଇଁ ସନ୍ତୋଷ ଏବଂ ଗର୍ବର ବିଷୟ କି, ଏ ପର୍ଯ୍ୟନ୍ତ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇସାରିଛି: ପ୍ରଧାନମନ୍ତ୍ରୀ
ପିଏମ୍ କିଷାନ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ କୃଷକ ଭାଇ ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
24 FEB 2025 9:53AM by PIB Bhubaneshwar
ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ କୃଷକ ଭାଇଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନା କୃଷକମାନଙ୍କ ସହାୟତା ଏବଂ ଉତ୍ଥାନ ପାଇଁ ସମର୍ପିତ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏ ପର୍ଯ୍ୟନ୍ତ କୃଷକମାନଙ୍କ ଆକାଉଣ୍ଟକୁ ୩.୫ ଲକ୍ଷ କୋଟି ଟଙ୍କା ଯାଇ ସାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“ପିଏମ୍-କିଷୋନ ୬ ବର୍ଷ ପୂରଣ କରିଥିବାରୁ ଦେଶବ୍ୟାପୀ ଆମର ସମସ୍ତ କୃଷକ ଭାଇଭଉଣୀଙ୍କୁ ଅଭିନନ୍ଦନ । ମୋ ପାଇଁ ସନ୍ତୋଷ ଏବଂ ଗର୍ବର ବିଷୟ କି, ଏ ପର୍ଯ୍ୟନ୍ତ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇସାରିଛି । ଆମର ଏହି ପ୍ରୟାସ ଅନ୍ତଦାତାମାନଙ୍କୁ ସମ୍ମାନ, ସମୃଦ୍ଧି ଏବଂ ନବଶକ୍ତି ପ୍ରଦାନ କରୁଛି ।
#PMKisan”
SR
(रिलीज़ आईडी: 2106305)
आगंतुक पटल : 37
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam