ଅର୍ଥ ମନ୍ତ୍ରଣାଳୟ
କାର୍ଯ୍ୟକ୍ଷମ କିଷାନ କ୍ରେଡିଟ୍ କାର୍ଡ (କେସିସି) ପରିମାଣ ୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା : ଲାଭବାନ ହେଲେ ୭.୭୨ କୋଟି କୃଷକ
କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ପରିବର୍ତ୍ତିତ ସୁଧ ଛାଡ଼ ଯୋଜନା ଅନ୍ତର୍ଗତ ଋଣ ସୀମା ଟ.୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଛି
Posted On:
25 FEB 2025 8:01PM by PIB Bhubaneshwar
କାର୍ଯ୍ୟକ୍ଷମ କିଷାନ କ୍ରେଡିଟ୍ କାର୍ଡ (କେସିସି) ଆକାଉଣ୍ଟ ଅନ୍ତର୍ଗତ ପରିମାଣ ମାର୍ଚ୍ଚ ୨୦୧୪ ରେ ୪.୨୬ ଲକ୍ଷ କୋଟିରୁ ଡିସେମ୍ବର ୨୦୨୪ ରେ ଟ.୧୦.୦୫ ଲକ୍ଷ କୋଟି ହେବା ସହିତ ଦୁଇଗୁଣ ବୃଦ୍ଧି ପାଇଛି। ଏହା କୃଷିରେ ସୁଲଭ ପୁଞ୍ଜି ଉପଲବ୍ଧତା ସହିତ କୃଷକମାନଙ୍କ ନିମନ୍ତେ ଋଣର ଉପଲବ୍ଧତା ଏବଂ ଅଣ-ଅନୁଷ୍ଠାନିକ ଋଣ ଉପରେ ନିର୍ଭରଶୀଳତା ହ୍ରାସ ହେବାର ପ୍ରତିଫଳନ |
କିସାନ କ୍ରେଡିଟ କାର୍ଡ (କେସିସି) ହେଉଛି ଏକ ବ୍ୟାଙ୍କିଙ୍ଗ ଉତ୍ପାଦ ଯାହା କୃଷକମାନଙ୍କୁ ମଞ୍ଜି, ସାର, କୀଟନାଶକ ଭଳି କୃଷି ଇନପୁଟ କିଣିବା ତଥା ଫସଲ ଉତ୍ପାଦନ ତଥା ସହଯୋଗୀ କାର୍ଯ୍ୟକଳାପ ସହ ଜଡିତ ନଗଦ ଆବଶ୍ୟକତା ପୂରଣ ପାଇଁ ସମୟ ଏବଂ ସୁଲଭ ଋଣ ଯୋଗାଇଥାଏ। ୨୦୧୯ ରେ, ସମବାୟ କାର୍ଯ୍ୟକଳାପର କାର୍ଯ୍ୟକ୍ଷମ ପୁଞ୍ଜି ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିବା ପାଇଁ କେସିସି ଯୋଜନାକୁ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ପାଇଁ ସଂପ୍ରସାରିତ କରାଯାଇଥିଲା।
ପରିବର୍ତ୍ତିତ ସୁଧ ଛାଡ଼ ଯୋଜନା (ଏମଆଇଏସଏସ) ଅଧୀନରେ ଭାରତ ସରକାର ବାର୍ଷିକ ୭% ସୁଧ ହାରରେ କେସିସି ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି କୃଷି ଋଣ ଯୋଗାଇବା ପାଇଁ ବ୍ୟାଙ୍କଗୁଡିକୁ ୧.୫% ସୁଧ ଛାଡ଼ ପ୍ରଦାନ କରୁଛନ୍ତି। ଋଣର ଠିକ ସମୟରେ ପରିଶୋଧରେ କୃଷକମାନଙ୍କୁ 3% ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ, ଯାହା ଚାଷୀଙ୍କ ପାଇଁ ସୁଧ ହାରକୁ ୪% କୁ ହ୍ରାସ କରିଥାଏ| କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଋଣ ସୁବିଧା ପ୍ରଦାନ କରିବା ପାଇଁ ଏକ ବନ୍ଧକମୁକ୍ତ ଭିତ୍ତିରେ ଟ. ୨ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି।
ବଜେଟ୍ ଭାଷଣ ୨୦୨୫-୨୬ ରେ ଅର୍ଥମନ୍ତ୍ରୀ ପରିବର୍ତ୍ତିତ ସୁଧ ଛାଡ଼ ସ୍କିମ୍ ଅନ୍ତର୍ଗତ ଋଣ ସୀମାକୁ ଟ.୩ ଲକ୍ଷରୁ ଟ.୫ ଲକ୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଯାହା ଚାଷୀଙ୍କୁ ଅଧିକ ଲାଭ ପ୍ରଦାନ କରିବ।
୩୧.୧୨.୨୦୨୪ ସୁଦ୍ଧା, ୭.୭୨ କୋଟି ଚାଷୀଙ୍କୁ ଉପକୃତ କରୁଥିବା ଅପରେଟିଭ୍ କେସିସି ଅଧୀନରେ ମୋଟ ଟ.୧୦.୦୫ ଲକ୍ଷ କୋଟି ପ୍ରଦାନ କରାଯାଇଛି।
*******
BS
(Release ID: 2106297)
Visitor Counter : 48