ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Posted On:
15 FEB 2025 5:12PM by PIB Bhubaneshwar
ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଆଜିପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ମୋରଶତ ଶତ ପ୍ରଣାମ! ସେ ତାଙ୍କର ସାରା ଜୀବନ ଗରିବ ଏବଂ ବଞ୍ଚିତବର୍ଗଙ୍କ କଲ୍ୟାଣ ଦିଗରେ ସମର୍ପଣ କରିଥିଲେ । ନିଜର ସମ୍ପୂର୍ଣ୍ଣ କ୍ଷମତାସହ ସେ ନିରନ୍ତର ସାମାଜିକ ଅନ୍ୟାୟ ବିରୋଧରେ ଲଢ଼େଇ କରିଥିଲେ। ସମାନତା, ସଦଭାବନା, ଭକ୍ତି ଏବଂ ନିସ୍ୱାର୍ଥ ସେବା ମୂଲ୍ୟ ପ୍ରତି ଶ୍ରୀମହାରାଜ ସର୍ବଦା ସମର୍ପିତ ଥିଲେ । ତାଙ୍କର ବାର୍ତ୍ତା ସମାଜର ପ୍ରତ୍ୟେକପିଢ଼ିକୁ ସମ୍ବେଦନଶୀଳ ଏବଂ କରୁଣାମୟୀ ଜୀବନ ପାଇଁ ପ୍ରେରିତକରିଛି । ତାଙ୍କର ସତ୍ ବିଚାର ଏକ ନ୍ୟାୟପ୍ରିୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂମାନବତାର ସେବା ଦିଗରେ ସମର୍ପିତ ସମାଜର ନିର୍ମାଣ ପାଇଁ ସର୍ବଦାମାର୍ଗଦର୍ଶନ ଦେଇ ଚାଲିଥିବ ।
ଜୟ ସେବାଲାଲ!”
SR
(Release ID: 2103708)
Visitor Counter : 23
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam