ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ଦୁଃଖିତ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 DEC 2024 5:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଭାରତ ଫ୍ରାନ୍ସ ସହ ଏକତ୍ର ଠିଆ ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍‌ଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହିତ ଏହି ବିପଦ ସମୟର ମୁକାବିଲା କରିପାରିବ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ଗଭୀର ଦୁଃଖିତ । ମୋର ସମବେଦନା ଏବଂ ପ୍ରାର୍ଥନା ସମସ୍ତ ପୀଡିତ ଏବଂ ସେମାନଙ୍କର ପରିବାର ସହିତ ରହିଛି । ମୁଁ ନିଶ୍ଚିତ ଯେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହ ଏହି ଦୁଃଖଦ ସମୟର ମୁକାବିଲା କରିପାରିବ । ଭାରତର ଫ୍ରାନ୍ସ ସହ ଏକତ୍ର ଛିଡା ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ।”

 

SR

 


(ରିଲିଜ ଆଡି: 2085498) ପରିଦର୍ଶକ କାଉଣ୍ଟର : 52