ପୋଷ୍ଟ କରାଯିବା ଦିନାଙ୍କ:
06 NOV 2024 7:40AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଗତ କିଛି ଦଶନ୍ଧି ଧରି ଶାରଦା ସିହ୍ନାଙ୍କ ମୈଥେଲି ଏବଂ ଭୋଜପୁରୀ ଲୋକଗୀତଗୁଡିକ ବେଶ୍ ଲୋକପ୍ରିୟ ହୋଇଥିବାର ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱାସର ମହାନ ପର୍ବ ଛଟ୍ ସହିତ ଜଡିତ ତାଙ୍କର ଗୀତଗୁଡିକ ସର୍ବଦା ସ୍ମରଣୀୟ ହୋଇ ରହିବ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ଦେହାନ୍ତରେ ଦୁଃଖିତ । ସେ ଗାଇଥିବା ମୈଥେଲି ଏବଂ ଭୋଜପୁରୀ ଲୋକଗୀତଗୁଡିକ ଗତ କିଛି ଦଶନ୍ଧି ଧରି ବେଶ୍ ଲୋକପ୍ରିୟ ଥିଲା । ବିଶ୍ୱାସର ମହାପର୍ବ ଛଟ୍ ସହ ଜଡିତ ତାଙ୍କର ସୁମଧୁର ଗୀତଗୁଡିକ ସବୁଦିନ ଲୋକମାନଙ୍କ ମଧ୍ୟରେ ଗୁଞ୍ଜରିତ ହେଉଥିବ । ତାଙ୍କର ଦେହାନ୍ତ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖ ସମୟରେ ତାଙ୍କର ସମ୍ପର୍କୀୟ ଏବଂ ପ୍ରଶଂସକମାନଙ୍କ ସହ ମୋର ସମବେଦନା ରହିଛି । ଓମ୍ ଶାନ୍ତି ।”
SR