ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ପାଖରେ ଅପାର ସମ୍ଭାବନା ଅଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 NOV 2024 5:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ବିଶ୍ୱ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ।

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜେଇଭାଙ୍କ ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଏସଡିଜି ହାସଲ ଦିଗରେ ପ୍ରଗତିକୁ ଆଗେଇ ନେବା ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ବିଦ୍ୟା ନିକଟରେ ଅନେକ ସମ୍ଭାବନା ଅଛି । ମାନବତା ଏକ ଉଜ୍ୱଳ ଏବଂ ଉତ୍ତମ ଭବିଷ୍ୟତ ପାଇଁ ମିଳିମିଶି ଏହାର ଉପଯୋଗ କରନ୍ତୁ । @KGeorgieva ”

********

 SR


(ରିଲିଜ ଆଡି: 2075108) ପରିଦର୍ଶକ କାଉଣ୍ଟର : 59