ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୬ ନଭେମ୍ବର ୨୦୨୪ ଝାନ୍‌ସୀ ମେଡିକାଲ କଲେଜ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 NOV 2024 8:23AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଝାନ୍‌ସୀ ମେଡିକାଲ କଲେଜରେ ଅଗ୍ନକାଣ୍ଡ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ସକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି ବୋଲି ସେ ନିଶ୍ଚିତ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ହୃଦୟବିଦାରକ ! ଉତ୍ତରପ୍ରଦେଶ ସ୍ଥିତ ଝାନ୍‌ସୀ ମେଡିକାଲ କଲେଜରେ ଅଗ୍ନକାଣ୍ଡ ଘଟଣା ମନକୁ ବ୍ୟଥିତ କରିଛି । ଏହି ଘଟଣାରେ ଯେଉଁମାନେ ନିଜର ନିରୀହ ଶିଶୁମାନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା । ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ଯେ, ଏହି ଦୁଃଖ ସହିବାକୁ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି ।

 

SR


(ରିଲିଜ ଆଡି: 2073874) ପରିଦର୍ଶକ କାଉଣ୍ଟର : 68