ଆଣବିକ ଶକ୍ତି ବିଭାଗ
azadi ka amrit mahotsav

ତାଳଚେର ସ୍ଥିତ ଏଚଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦଘାଟନ କଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ପରମାଣୁ ଶକ୍ତି ବିଭାଗର ସଚିବ ଡ. ଏ.କେ. ମହାନ୍ତି

Posted On: 30 OCT 2024 5:19PM by PIB Bhubaneshwar

 

ଆଣବିକ ଶକ୍ତି ଆୟୋଗ (ଏଇସି)ର ଅଧ୍ୟକ୍ଷ ତଥା ଆଣବିକ ଶକ୍ତି ବିଭାଗ (ଡିଏଇ)ର ସଚିବ ଡ. ଏ.କେ ମହାନ୍ତି ତାଳଚେରସ୍ଥିତ ଭାରୀ ଜଳ ବୋର୍ଡ ସୁବିଧା (ଏଚଡବ୍ଲୁବିଏଫ)ରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବୋରୋନ୍-୧୧ (ବି-୧୧) ଉନ୍ନତିକରଣ ସୁବିଧାକୁ ଉଦ୍ ଘାଟନ କରିଥିଲେ। ତାଳଚେରସ୍ଥିତ ଏଚଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ (>୯୯.୮%)ରେ ବି-୧୧ ଉନ୍ନତିକରଣର ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଏବେ ଭାରତ ଏହି ପ୍ରଯୁକ୍ତି ରଖୁଥିବା ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛିଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି୧୧ ବିଏଫ୍୩ ଗ୍ୟାସ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ ଯାହା ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ପି-ଟାଇପ୍ ଡୋପଣ୍ଟ ଭାବରେ ବ୍ୟବହୃତ ହୋଇଥାଏ

ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ଭାରୀ ଜଳ ବୋର୍ଡ, ମୁମ୍ବାଇର ସବ୍ ୟୁନିଟ୍ ଭାବେ ତାଳଚେର ଏଚଡବ୍ଲୁବିଏଫ ପରମାଣୁ ତଥା ଅଣ-ଆଣବିକ ପ୍ରୟୋଗ ପାଇଁ ବିଭିନ୍ନ ସ୍ପେଶାଲିଟି ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଏହି ୟୁନିଟ୍ ବୋରୋନ୍ -୧୦ (ବି୧୦) ଆଇସୋଟୋପ୍ ର ପରମାଣୁ ନିୟନ୍ତ୍ରଣ ରଡ୍ ଗ୍ରେଡ୍ (> ୬୭% ଆଇପି) ଏବଂ ନ୍ୟୁଟ୍ରୋନ ଡିଟେକ୍ଟର ଗ୍ରେଡ୍ (>୯୬% ଆଇପି) ଉତ୍ପାଦନରେ ସମ୍ପୃକ୍ତ । ୩ ପର୍ଯ୍ୟାୟ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ପାଇଁ ଏହି ବି୧୦ ସମୃଦ୍ଧ ଉତ୍ପାଦ ଅତ୍ୟାବଶ୍ୟକ । ତାଳଚେର ଏଚଡବ୍ଲୁବିଏଫ ମଧ୍ୟ ପରମାଣୁ ଇନ୍ଧନ ଚକ୍ରର ଫ୍ରଣ୍ଟ ଏଣ୍ଡ ଏବଂ ବ୍ୟାକ ଏଣ୍ଡରେ ବ୍ୟବହୃତ ବିଭିନ୍ନ ଅର୍ଗାନୋ ଫସପୋରସ ଦ୍ରବଣ ଉତ୍ପାଦନ କରେ ।

ଉଦଘାଟନୀ ସମାରୋହରେ ଏଇସି ଅଧ୍ୟକ୍ଷ ତାଳଚେରସ୍ଥିତ ଭାରୀ ଜଳ ବୋର୍ଡର ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ସହ ଭାରତର ଭବିଷ୍ୟତ ଶକ୍ତି ନିରାପତ୍ତା ପାଇଁ ଆଣବିକ ଶକ୍ତିର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ । ସେ ତାଳଚେରସ୍ଥିତ ଏଚଡବ୍ଲୁବିଏଫ ରେ ହୋଇଥିବା ଗବେଷଣା ପ୍ରୟାସକୁ ପ୍ରଶଂସା କରିଥିଲେ ଯେଉଁଠାରେ ସ୍ପେଶାଲିଟି ସାମଗ୍ରୀ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳ ବିକଶିତ, ପ୍ରଦର୍ଶନ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଆଣବିକ ଶକ୍ତି କାର୍ଯ୍ୟକ୍ରମରେ ଭାରୀ ଜଳ ବୋର୍ଡର ଭୂମିକା ଏବଂ ବିବିଧ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଇସିର ଅଧ୍ୟକ୍ଷ ଡ. ଏ.କେ ମହାନ୍ତି ଓ ଭାରୀ ଜଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏସ୍ ସତ୍ୟକୁମାର ଏକ ପେଡ୍ ମା କେ ନାମଅଭିଯାନ ଅଧୀନରେ ଚାରା ରୋପଣ କରିଥିଲେ।

*******

P.S.




(Release ID: 2069700) Visitor Counter : 8


Read this release in: English , Urdu , Hindi , Tamil