କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
କୃଷକ ଏବଂ କୃଷକ ସଂଗଠନ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ
କୃଷକମାନଙ୍କ ସହ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗରେ ଗମ୍ଭୀରତାର ସହ ଆଲୋଚନା ହୋଇଛି, ସେମାନେ ଅନେକ ଗଠନମୂଳକ ପରାମର୍ଶ ଦେଇଛନ୍ତି: ଶ୍ରୀ ଶିବରାଜ ସିଂ ଚୌହାନ
ଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା ଚାଷୀଙ୍କୁ ଲାଭଜନକ ଚାଷ ପାଇଁ ଆଦର୍ଶ କୃଷି ପଦ୍ଧତିର ପ୍ରଶିକ୍ଷଣ ଉପରେ କୃଷକମାନେ ଗୁରୁତ୍ୱାରୋପ କରିଛନ୍ତି: କେନ୍ଦ୍ର କୃଷି ମନ୍ତ୍ରୀ
କୃଷକଙ୍କ ପରାମର୍ଶକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ ଏବଂ ଏହାର ସମାଧାନ ପାଇଁ ଚେଷ୍ଟା କରିବୁ, ସମ୍ପୃକ୍ତ ସମସ୍ୟାକୁ ରାଜ୍ୟକୁ ପଠାଇବୁ ଏବଂ ବିଭାଗଗୁଡ଼ିକ କେନ୍ଦ୍ର ସରକାରଙ୍କ ସମସ୍ୟା ଉପରେ ପଦକ୍ଷେପ ନେବେ: ଶ୍ରୀ ଚୌହାନ
କୃଷକମାନଙ୍କ ସହ ଆଲୋଚନା ଅତ୍ୟନ୍ତ ଉପଯୋଗୀ, ଆଲୋଚନା ମାଧ୍ୟମରେ ଆମେ ମୌଳିକ ସମସ୍ୟା ବିଷୟରେ ସୂଚନା ପାଉଛୁ ଏବଂ ସରକାରୀ ଯୋଜନା ମଧ୍ୟ କୃଷକଙ୍କ ପାଖରେ ପହଞ୍ଚୁଛି: କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ
କୃଷକ ଅନୁକୂଳ ନିଷ୍ପତ୍ତି ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା
Posted On:
17 OCT 2024 3:54PM by PIB Bhubaneshwar
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷକ, କୃଷକ ସଂଗଠନ ଏବଂ ବିଭିନ୍ନ ରାଜ୍ୟର କୃଷକ, ସଦସ୍ୟ ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଚୌହାନ କହିଛନ୍ତି ଯେ କୃଷକମାନଙ୍କ ସହିତ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରାଯାଇଥିବା ସମସ୍ତ ପ୍ରୟାସ ସହିତ ରବି ଫସଲର ଏମଏସପି ବୃଦ୍ଧି ପାଇଁ ଗତକାଲି କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସେ କୃଷକମାନଙ୍କୁ ଅବଗତ କରାଇଥିଲେ । କୃଷକ ସଂଗଠନ ଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସହ ଅନେକ ଗଠନମୂଳକ ପରାମର୍ଶ ଦେଇଥିଲେ। ଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା କୃଷକମାନେ କିପରି ଚାଷ କରିବେ ଏବଂ ଏଥିରେ କିପରି ଲାଭଦାୟକ ଚାଷ କରିବେ ସେ ନେଇ ଆଦର୍ଶ କୃଷି କରିବା ପାଇଁ ସୂଚନା ଦିଆଯିବା ଦରକାର ବୋଲି କୃଷକମାନେ କହିଛନ୍ତି। ଏକ ଏକର ଚାଷ ଜମିରେ କୃଷକମାନେ ଲାଭଜନକ ଚାଷ କରୁଥିବାର ଉଦାହରଣ ମଧ୍ୟ ଦେଇଛନ୍ତି ଚାଷୀ । ଜଳ ଯୋଗାଣ, ସାର ବ୍ୟବହାର, ମାଟିକୁ ସୁସ୍ଥ କରିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି, ଚିନିକଳ ବନ୍ଦ, ବୁଲା ପଶୁଙ୍କ ସମସ୍ୟା ଆଦି ବିଷୟରେ ଚାଷୀମାନେ ଆଲୋଚନା କରିଥିଲେ। ବାଜରା/ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ନେଇ ମଧ୍ୟ ଚାଷୀମାନେ ପରାମର୍ଶ ଦେଇଛନ୍ତି।
କୃଷକଙ୍କ ପରାମର୍ଶକୁ ସେ ଗମ୍ଭୀରତାର ସହ ବିଚାର କରି ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ସହ ଜଡ଼ିତ ବିଷୟଗୁଡ଼ିକୁ ରାଜ୍ୟକୁ ପଠାଯିବ ଏବଂ ବିଭାଗଗୁଡ଼ିକ କେନ୍ଦ୍ର ସରକାରଙ୍କ ବିଷୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୃଷକମାନଙ୍କ ସହ ଯୋଗାଯୋଗ ଅତ୍ୟନ୍ତ ଉପଯୋଗୀ ହୋଇଛି ଏବଂ ଏହି ଆଲୋଚନା ମାଧ୍ୟମରେ ଆମେ ସିଧାସଳଖ କୃଷକମାନଙ୍କଠାରୁ ମୌଳିକ ସମସ୍ୟା ବିଷୟରେ ସୂଚନା ପାଉଛୁ । ସରକାରୀ ଯୋଜନା ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚା ଯାଉଛି ବୋଲି ସେ କହିଛନ୍ତି।
ଘୋଷିତ ଏମଏସପିରେ ସମସ୍ତ ୨୩ ଟି ଫସଲ କିଣିବା ପାଇଁ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନୟାବ ସିଂ ସାଇନିଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କୃଷକ ଅନୁକୂଳ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।
BS
(Release ID: 2065929)
Visitor Counter : 44