ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ନାୟବ ସିଂହ ସୈନିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 17 OCT 2024 3:48PM by PIB Bhubaneshwar

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନାୟବ ସିଂ ସୈନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନାୟବ ସିଂହ ସୈନି ଏବଂ ତାଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତଙ୍କୁ ଅନେକ ଅଭିନନ୍ଦନ । ଏହି ଟିମ୍ ସୁଶାସନ ଏବଂ ଅଭିଜ୍ଞତାର ଏକ ଅନନ୍ୟ ସମାଗମ, ଯାହା ଲୋକଙ୍କ ସ୍ୱପ୍ନକୁ ସାକାର କରିବ ଏବଂ ରାଜ୍ୟର ବିକାଶକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବ । ମୋର ବିଶ୍ୱାସ ଯେ ଡବଲ୍ ଇଞ୍ଜିନ ସରକାର ଗରିବ, କୃଷକ, ଯୁବକ ଓ ମହିଳା ତଥା ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କ ସେବା କରିବାକୁ ପଛଘୁଞ୍ଚା ଦେବ ନାହିଁ ।

 

SR    




(Release ID: 2065814) Visitor Counter : 42