ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଦୁଇ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ ଓ ଇନ୍ଦୋର ମଧ୍ୟରେ ସର୍ବନିମ୍ନ ରେଳ ସଂଯୋଗ ପ୍ରଦାନ ପାଇଁ ୩୦୯ କିଲୋମିଟର ଲମ୍ବର ନୂଆ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ
ଏହି ଅନୁମୋଦିତ ପ୍ରକଳ୍ପ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ ଏବଂ ଇନ୍ଦୋରକୁ ସର୍ବନିମ୍ନ ରେଳ ପଥ ମାଧ୍ୟମରେ ସଂଯୋଗ କରିବା ବ୍ୟତୀତ ମହାରାଷ୍ଟ୍ରର ୨ଟି ଜିଲ୍ଲା ଏବଂ ମଧ୍ୟପ୍ରଦେଶର ୪ଟି ଜିଲ୍ଲା ଦେଇ ଯାଇଥିବା ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସଂଯୋଗ ବିହୀନ ଅଞ୍ଚଳକୁ ମଧ୍ୟ ସଂଯୋଗ କରିବ
ପ୍ରକଳ୍ପର ସମୁଦାୟ ବ୍ୟୟ ୧୮,୦୩୬ କୋଟି ଟଙ୍କା ଏବଂ ଏହା ୨୦୨୮ -୨୯ ସୁଦ୍ଧା ଶେଷ ହେବ
ଏହି ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୧୦୨ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ
Posted On:
02 SEP 2024 3:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟ ଅଧୀନରେ ମୋଟ ୧୮,୦୩୬ କୋଟି ଟଙ୍କା (ପାଖାପାଖି) ବ୍ୟୟରେ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ଅନୁମୋଦନ କରିଛି । ଇନ୍ଦୋର ଏବଂ ମନମାଡ଼ ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାରେ ଉନ୍ନତି ଆଣିବ, ଯାହା ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ଦୃଷ୍ଟିକୋଣ ଅନୁଯାୟୀ ହୋଇଛି, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ "ଆତ୍ମନିର୍ଭର" କରିବ ତଥା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ ।
ଏହି ପ୍ରକଳ୍ପ ହେଉଛି ମଲ୍ଟି- ମୋଡାଲ୍ ସଂଯୋଗ ପାଇଁ ପିଏମ୍ - ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ , ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକମାନଙ୍କ ଯାତାୟତ ନିମନ୍ତେ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।
ଏହି ପ୍ରକଳ୍ପ ୨ଟି ରାଜ୍ୟ ଯଥା: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ୬ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ, ଯାହା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୯ କିଲୋମିଟର ବୃଦ୍ଧି କରିବ ।
ଏହି ପ୍ରକଳ୍ପ ମାଧ୍ୟମରେ ୩୦ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ଆକାଂକ୍ଷୀ ଜିଲ୍ଲା ବରୱାନୀକୁ ଯୋଗାଯୋଗ ବୃଦ୍ଧି କରିବ । ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୦ ଗାଁ ଓ ପ୍ରାୟ ୩୦ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇ ଦିଆଯିବ ।
ଏହି ପ୍ରକଳ୍ପ ଦେଶର ପଶ୍ଚିମ / ଦକ୍ଷିଣ - ପଶ୍ଚିମ ଭାଗକୁ କେନ୍ଦ୍ରୀୟ ଭାରତ ସହିତ ଛୋଟ ମାର୍ଗ ପ୍ରଦାନ କରି ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏହା ଦ୍ୱାରା ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ସମେତ ଉଜ୍ଜୟନୀ - ଇନ୍ଦୋର ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।
ଏହି ପ୍ରକଳ୍ପ ଜେଏନପିଏର ଗେଟ୍ ୱେ ବନ୍ଦର ଏବଂ ଅନ୍ୟାନ୍ୟ ରାଜ୍ୟ ବନ୍ଦରରୁ ପିଥମପୁର ଅଟୋ କ୍ଲଷ୍ଟର (୯୦ଟି ବୃହତ୍ ୟୁନିଟ୍ ଏବଂ ୭୦୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅବସ୍ଥିତ) କୁ ସିଧାସଳଖ ସଂଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ମୋଟା ଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ପିଆଜ ଉତ୍ପାଦନକାରୀ ଜିଲ୍ଲାଗୁଡିକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଯାହା ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗକୁ ଏହାକୁ ବଣ୍ଟନ କରିବାରେ ଅଧିକ ସହାୟକ ହେବ ।
କୃଷିଜାତ ଦ୍ରବ୍ୟ, ସାର, କଣ୍ଟେନର, ଲୁହାପଥର, ଇସ୍ପାତ, ସିମେଣ୍ଟ, ପିଓଏଲ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହା ଏକ ଅତ୍ୟାବଶ୍ୟକ ମାର୍ଗ । କ୍ଷମତା ବୃଦ୍ଧି ହେବା ଫଳରେ ବାର୍ଷିକ ପ୍ରାୟ ୨୬ ଏମଟିପିଏ (ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ । ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଅନୁକୂଳ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବା, ତୈଳ ଆମଦାନୀ (୧୮ କୋଟି ଲିଟର) ହ୍ରାସ କରିବା ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନ (୧୩୮ କୋଟି କିଲୋଗ୍ରାମ) କରିବାରେ ସାହାଯ୍ୟ କରିବ , ଯାହାର ୫.୫ ପରିମାଣ କୋଟି ବୃକ୍ଷରୋପଣ ସହିତ ସମାନ ।
*****
SSP
(Release ID: 2051051)
Visitor Counter : 50
Read this release in:
Kannada
,
Assamese
,
English
,
Urdu
,
Hindi
,
Hindi_MP
,
Marathi
,
Nepali
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam