ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
କୋଟି କୋଟି ଲୋକ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଆର୍ଥିକ ଅର୍ନ୍ତଭୁକ୍ତିକରଣରେ ସାମିଲ କରିବା ଏବଂ ସମ୍ମାନ ଦେବାରେ ଜନ ଧନ ଯୋଜନା ସର୍ବାଗ୍ରେ ରହିଛି : ପ୍ରଧାନମନ୍ତ୍ରୀ
Posted On:
28 AUG 2024 9:50AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ଦେବାରେ ଜନଧନ ଯୋଜନା ସର୍ବାଗ୍ରେ ରହିଛି।
‘‘ଆଜି ଦେଶ ପାଇଁ ଏକ ଐତିହାସିକ ଦିନ, #10YearsOfJanDhan। ଏହି ଅବସରରେ ମୁଁ ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଯୋଜନାକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ସମସ୍ତଙ୍କୁ ଅନେକ ଅଭିନନ୍ଦନ । କୋଟି କୋଟି ଦେଶବାସୀ, ବିଶେଷ କରି ଗରିବ ଭାଇ ଭଉଣୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ସୁଯୋଗ ଦେବାରେ ଜନଧନ ଯୋଜନା ସଫଳ ହୋଇଛି। "
HS/Swadhin
(Release ID: 2049303)
Visitor Counter : 32
Read this release in:
Assamese
,
English
,
Urdu
,
Marathi
,
Hindi
,
Hindi_MP
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam