ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୋଲାଣ୍ଡ ଓ ୟୁକ୍ରେନ୍ ଗଣତନ୍ତ୍ରକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୟାନ

Posted On: 21 AUG 2024 9:07AM by PIB Bhubaneshwar

ଆଜି ମୁଁ ପୋଲାଣ୍ଡ ଏବଂ ୟୁକ୍ରେନ୍ ଗଣତନ୍ତ୍ରକୁ ସରକାରୀ ଗସ୍ତରେ ଯାଉଛି ।


ଆମର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ମୋର ପୋଲାଣ୍ଡ ଗସ୍ତ ହେଉଛି । ପୋଲାଣ୍ଡ ମଧ୍ୟ ୟୁରୋପର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗୀ । ଗଣତନ୍ତ୍ର ଓ ବହୁଳବାଦ ପ୍ରତି ଆମର ପାରସ୍ପରିକ ପ୍ରତିବଦ୍ଧତା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି। ଆମର ଭାଗୀଦାରୀକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡରଜେଜ୍‍ ଡୁଡାଙ୍କୁ ଭେଟିବାକୁ ଆଗ୍ରହୀ । ମୁଁ ପୋଲାଣ୍ଡରେ ଥିବା ଭାରତୀୟ ସୁମଦାୟର ସଦସ୍ୟମାନଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବି ।


ପୋଲାଣ୍ଡରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ମୁଁ ୟୁକ୍ରେନ ଗସ୍ତ କରିବି। ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ । ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଚାଲିଥିବା ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଦୃଷ୍ଟିକୋଣ ସେୟାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପୂର୍ବ ଆଲୋଚନାକୁ ବିକଶିତ କରିବାର ସୁଯୋଗ କୁ ଅପେକ୍ଷା କରିଛି । ଜଣେ ବନ୍ଧୁ ଏବଂ ସହଯୋଗୀ ଭାବରେ ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ ।


ମୋର ବିଶ୍ୱାସ ଯେ ଏହି ଗସ୍ତ ଦୁଇ ଦେଶ ସହିତ ବ୍ୟାପକ ଯୋଗାଯୋଗର ଏକ ସ୍ୱାଭାବିକ ନିରନ୍ତରତା ଭାବରେ କାର୍ଯ୍ୟ କରିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଜଭୁତ ଏବଂ ଅଧିକ ଦୃଢ ସମ୍ପର୍କପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ ।

 

HS



(Release ID: 2047147) Visitor Counter : 278