ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତିଶ୍ରୁତି


ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଗଠନ ହେବ ଏକ କମିଟି

Posted On: 17 AUG 2024 1:51PM by PIB Bhubaneshwar

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ (ଏଫ୍‌ଓଆର୍‌ଡିଏ), ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏବଂ ଦିଲ୍ଲୀର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘର ପ୍ରତିନିଧିମାନେ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସାକ୍ଷାତ ଆଲୋଚନା କରିଛନ୍ତି।

କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରତିନିଧିମାନଙ୍କ ଦାବି ଶୁଣିଛି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛି । ସମସ୍ତ ସଂଘର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ଯେ ସରକାର ପରିସ୍ଥିତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଏବଂ ସେମାନଙ୍କ ଦାବି ପ୍ରତି ସମ୍ବେଦନଶୀଳ ଅଟନ୍ତି । ୨୬ଟି ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଇନ ପାରିତ କରିସାରିଛନ୍ତି । ସଂଘଗୁଡ଼ିକ ଦ୍ୱାରା ପ୍ରକଟ କରାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ସେମାନଙ୍କୁ ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛି ଯାହା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏଭଳି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ସୁପାରିସ କରିବ । ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିମାନଙ୍କୁ କମିଟି ସହ ସେମାନଙ୍କ ପରାମର୍ଶ ବାଣ୍ଟିବା ପାଇଁ ନିମନ୍ତ୍ରଣ କରାଯିବ।

ଡେଙ୍ଗୁ ଓ ମ୍ୟାଲେରିଆ ମାମଲା ବଢ଼ୁଥିବାରୁ ବ୍ୟାପକ ଜନସ୍ୱାର୍ଥ ଦୃଷ୍ଟିରୁ ଏବଂ କାର୍ଯ୍ୟରେ ଯୋଗ ଦେବାକୁ ମନ୍ତ୍ରଣାଳୟ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଅନୁରୋଧ କରିଛି।

 

********

P.S.

 



(Release ID: 2046346) Visitor Counter : 12