ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

Posted On: 09 JUL 2024 8:06PM by PIB Bhubaneshwar

ଭାରତ-ରୁଷ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ‘‘ଦ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟଲ’’ରେ ସମ୍ମାନିତ କରାଯାଇଛି । କ୍ରେମଲିନର ସେଣ୍ଟ ଆଣ୍ଡ୍ରିୟୁ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯ରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।

ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ଭାରତବାସୀ ଏବଂ ଭାରତ ଓ ରୁଷ୍ ମଧ୍ୟରେ ଥିବା ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଉତ୍ସର୍ଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀକୁ ପ୍ରଦର୍ଶିତ କରୁଛି ।

୩୦୦ ବର୍ଷ ପୂର୍ବେ ଏହି ପୁରସ୍କାର ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ନେତା ଭାବେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

*******

P.S.



(Release ID: 2031969) Visitor Counter : 22