ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ମୃତ ଏନଜାଇମ ଭିଇଜିଏଫଆର ୧ର ପରିବର୍ତ୍ତନ ରୂପ କୋଲୋନ ଏବଂ ବୃକକରେ କର୍କଟ ରୋଗ ଚିକିତ୍ସା ପାଇଁ ସମାଧାନ ଦିଗରେ ଏକ ମହତ୍ୱପୂର୍ଣ୍ଣ ଆଧାର ଅଟେ

Posted On: 28 JUN 2024 11:31AM by PIB Bhubaneshwar

 

ଗବେଷକମାନେ ଏକ ଏମିତି ସୂକ୍ଷ୍ମ ଅଣୁ ପ୍ରକ୍ରିୟାର ମହତ୍ୱପୂର୍ଣ୍ଣ ସମାନ କରିଛନ୍ତି ଯେଉଁଥିରେ ବୃଦ୍ଧି କାରକକୁ ଏକାଠି ରଖିବା, କୋଷ ବିବିଧତାର ପ୍ରସାର, ବଞ୍ଚିବା, ମେଟାବୋଲିଜିମ୍ ଏବଂ ସ୍ଥାନାନ୍ତରିତ ନିୟମିତ କରିବା ସହିତ କ୍ୟାନସରକୁ ରୋକିବାରେ ସକ୍ଷମ ଏନ୍‌ଜାଇମ୍ ସଂରଚନ ସହ ସମ୍ବନ୍ଧିତ ଏକ କୋଷ ସରଫେସ ଇସେପ୍ଟର ସାମିଲ ରହିଛି ।

ଭିଇଜିଏଫଆର-୧ ନାମକ ଏହି ଏନଜାଇମ ଲିଗାଣ୍ଡର ଅନୁପସ୍ଥିତିରେ ଆତ୍ମ-ଅଭିବ୍ୟକ୍ତି (ଅଟୋନିମୋଟେଡ୍‌) ଅଟକାଇ ଥାଏ - ଉଦାହରଣ ସ୍ୱରୂପ ହରମୋନ୍ । ଏହି ଗବେଷଣାରେ ଭିଇଜିଏଫଆର୧ର ନିଷ୍କ୍ରିୟ ଅବସ୍ଥାକୁ ସ୍ଥିର କରୁଥିବା ଅଣୁବ୍ୟବହାର କରି କୋଲନ୍ ଏବଂ ବୃକକ କର୍କଟ ପାଇଁ ଡାକ୍ତରୀ ସମାଧାନ ବିକଶିତ କରିବାର ବାଟ ଦେଖାଇପାରିବ ।

ରିସେପ୍ଟର ଟାଇରୋସିନ କାଇନେସ୍ (ଆରଟିକେ) ଭଳି କୋଷ ସରଫେସ ରିସେପ୍ଟର୍ ଗୁଡ଼ିକ ବାହ୍ୟକୋଷୀୟ ସଙ୍କେତ (ଅଭିବୃଦ୍ଧି କାରକ ପରି ରାସାୟନିକ ସଙ୍କେତରୁ, ଯାହାକୁ ସାଧାରଣତଃ ଲିଗାଣ୍ଡ୍ ବୋଲି କୁହାଯାଏ) କଠୋର ନିୟନ୍ତ୍ରିତ ସେଲୁଲାର ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏକ୍ସଟ୍ରାସେଲୁରାଲ ରିସେପ୍ଟର୍ସ ସହିତ ଲିଗାଣ୍ଡ ବନ୍ଧନ ଇଣ୍ଟ୍ରାସେଲ୍ୟୁଲାର ଯୁଗ୍ମ ଏନଜାଇମ (ଟାଇରୋସିନ କାଇନେସ୍‌) ସକ୍ରିୟ କରିଥାଏ । ସକ୍ରିୟ ଏନଜାଇମ, ବଦଳରେ, ଅନେକ ଟାଇରୋସିନ ଅଣୁରେ ଫସଫେଟ୍ ଗ୍ରୁପ୍ ଯୋଡିଥାଏ ଯାହା ଏକ ସିଗନାଲିଂ କମ୍ପେ୍ଲକ୍ସକୁ ଏକାଠି କରିବା ପାଇଁ ଏକ ଆଡାପ୍ଟର ଭାବରେ କାର୍ଯ୍ୟ କରେ । ସିଗନାଲିଂ କମ୍ପେ୍ଲକ୍ସ ଗଠନ କୋଷ ବୃଦ୍ଧି, ବିକାଶ ଏବଂ ହୋଷ୍ଟ ଇମ୍ୟୁନ ପ୍ରତିକ୍ରିୟା ପରି ବିଭିନ୍ନ ସେଲ୍ୟୁଲାର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଲିଗାଣ୍ଡର ଅନୁପସ୍ଥିତିରେ ଆରଟିକେର ସ୍ୱତଃସ୍ପୃତ ସକ୍ରିୟତା ପ୍ରାୟତଃ କର୍କଟ, ମଧୁମେହ ଏବଂ ଅଟୋଇମ୍ୟୁନ ରୋଗ ପରି ଏକାଧିକ ମାନବ ବିକୃତି ସହିତ ଜଡିତ ହୋଇଥାଏ । ଗବେଷକମାନେ ଅନୁସନ୍ଧାନ କରୁଛନ୍ତି ଯେ ଏକ କୋଷ କିପରି ଏନଜାଇମର ସ୍ୱୟଂଚାଳିତ ଅବସ୍ଥା ବଜାୟ ରଖିଥାଏ ଏବଂ ମାନବ ବିକୃତିକୁ ବୃଦ୍ଧି କରିବା ଅଗ୍ରଗତି ସମୟରେ କାହିଁକି ଏପରି ଅଟୋନିରୋଧ କରାଯାଏ ।

କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆ)ର୍ର ଗବେଷକମାନେ ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଗ୍ରୋଥ୍ ଫ୍ୟାକ୍ଟର ରିସେପ୍ଟର (ଭିଇଜିଏଫ୍‌ଆ)ର୍ ନାମକ ଏକ ଆରଟିକେର ଅନୁସନ୍ଧାନ କରିଥିଲେ । ରିସେପ୍ଟର୍ସର ଭିଇଜିଏଫଆର ପରିବାର ହେଉଛି ନୂତନ ରକ୍ତନଳୀ ସୃଷ୍ଟି ପ୍ରକ୍ରିୟାର ମୁଖ୍ୟ ନିୟନ୍ତ୍ରକ ।

ଭ୍ରୂଣ ବିକାଶ, କ୍ଷତ ଆରୋଗ୍ୟ, ଟିସୁ ପୁନରୁଦ୍ଧାର ଏବଂ ଟ୍ୟୁମର ଗଠନ ଭଳି କାର୍ଯ୍ୟ ପାଇଁ ଏହି ପ୍ରକ୍ରିୟା ଜରୁରୀ ଅଟେ । ଭିଇଜିଏଫଆରକୁ ଟାର୍ଗେଟ କରି ବିଭିନ୍ନ ମାରାତ୍ମକ ଏବଂ ଅଣ-ମାରାତ୍ମକ ରୋଗର ଚିକିତ୍ସା କରାଯାଇପାରିବ ।

ଭିଇଜିଏଫଆର ୧ ଏବଂ ଭିଇଜିଏଫଆର ୨ ପରିବାରର ଦୁଇ ଜଣ ସଦସ୍ୟ ଭିନ୍ନ ଆଚରଣ କରୁଥିବାରୁ ଗବେଷକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ନୂତନ ରକ୍ତନଳୀ ଗଠନ ର ପ୍ରାଥମିକ ରିସେପ୍ଟର ନିୟନ୍ତ୍ରଣ ପ୍ରକ୍ରିୟା ଭିଇଜିଏଫଆର ୨ ସ୍ୱତଃସ୍ପୃତ ଭାବରେ ସକ୍ରିୟ ହୋଇପାରେ, ଏହାର ଲିଗାଣ୍ଡ ବିନା, ପରିବାରର ଅନ୍ୟ ସଦସ୍ୟ ଭିଇଜିଏଫଆର ୧ କୋଷରେ ଅତ୍ୟଧିକ ପ୍ରକାଶିତ ହେଲେ ମଧ୍ୟ ସ୍ୱତଃସ୍ପୃତ ଭାବରେ ସକ୍ରିୟ ହୋଇପାରିବ ନାହିଁ । ଏହା ଏକ ମୃତ ଏନଜାଇମ ଭିଇଜିଏଫଆର ୧ ଭାବରେ କାମ କରେ ଏବଂ ଭିଇଜିଏଫଆର ୨ ତୁଳନାରେ ଏହାର ଲିଗାଣ୍ଡ ଭିଇଜିଏଫ-ଏ ସହିତ ବାନ୍ଧି ହୋଇ ଦଶ ଗୁଣ ଅଧିକ ସମ୍ପର୍କ ସହିତ ବାନ୍ଧି ଥାଏ । ଏହି ଲିଗାଣ୍ଡ ବନ୍ଧନ ଏକ ସ୍ଥାୟୀ କାଇନେଜ (ଏକ ଏନଜାଇମ ଦ୍ୱାରା ଶରୀରରେ ରାସାୟନିକ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିବା) ସକ୍ରିୟତା ସୃଷ୍ଟି କରିଥାଏ ।

ଭିଇଜିଏଫଆର୧ ସକ୍ରିୟ ହେବା ଦ୍ୱାରା କର୍କଟ ଜନିତ ଯନ୍ତ୍ରଣା, ସ୍ତନ କର୍କଟରେ ଟ୍ୟୁମର କୋଷ ବଞ୍ଚିବା ଏବଂ ମାନବ କୋଲୋରେକ୍ଟାଲ କର୍କଟ କୋଷର ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।

ପରିବାରର ଜଣେ ସଦସ୍ୟ କାହିଁକି ଏତେ ସକ୍ରିୟ ଓ ଅନ୍ୟଜଣେ ଅଟୋନିହିତ ହେଉଛନ୍ତି ସେ ନେଇ ଅନୁସନ୍ଧାନ କରି ଆଇଆଇଏସଇଆର କୋଲକାତାର ଡାକ୍ତର ରାହୁଲ ଦାସ ଓ ତାଙ୍କ ଟିମ୍ ଜାଣିବାକୁ ପାଇଲେ ଯେ କେବଳ ଭିଇଜିଏଫଆର୧ରେ ଥିବା ଏକ ନିଆରା ଆୟୋନିକ ଲେଚ୍‌୍ ବେସାଲ ଅବସ୍ଥାରେ କାଇନେଜକୁ ଅଟୋନିରୋଧକ ରଖିଥାଏ । ଆୟୋନିକ ଲାଚ୍ କାଇନେଜ୍ ଡୋମେନ୍ ରେ ଜୁକ୍ସଟାମେମ୍ବ୍ରେନ୍ ସେଗ୍ମେଣ୍ଟକୁ ହୁକ୍ କରିଥାଏ ଏବଂ ଭିଇଜିଏଫଆର୧ର ସ୍ୱୟଂଚାଳିତ ଗଠନକୁ ସ୍ଥିର କରିଥାଏ ।

ଭିଇଜିଏଫଆର ୧ର ସ୍ୱୟଂଚାଳିତ ଅବସ୍ଥାର ପ୍ରଣାଳୀ ଅନୁସନ୍ଧାନ କରି ଗବେଷକମାନେ ଭିଇଜିଏଫଆର ୧ କାର୍ଯ୍ୟକଳାପକୁ ସଂଶୋଧନ କରିବାରେ ସେଲୁଲାର ଟାଇରୋସିନ ଫସଫେଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାର ପ୍ରସ୍ତାବ ଦେଇଥିଲେ । ଆଇଆଇଏସଇଆର କୋଲକାତାର ଆନାଲିଟିକାଲ ବାୟୋଲୋଜି ଫେସିଲିଟିରେ ଏହାର ଡିଏସଟି-ଏଫ.ଆଇ.ଏସ୍‌.ଟି. ସମର୍ôଥତ ଆଇଟିସି ଏବଂ ଷ୍ଟପ୍‌-ଫ୍ଲୋ-ଫ୍ଲୋରିମିଟର ସହ କରାଯାଇଥିବା ଏହି ଗବେଷଣାରେକର୍କଟ ରୋଗରେ ହେଉଥିବା ନୂତନ ରକ୍ତନଳୀ (ଆଞ୍ଜିଓଜେନେସିସ୍‌)ର ଭିଇଜିଏଫଆର୧-ମଧ୍ୟସ୍ଥ ପାଥୋଲୋଜିକାଲ ଗଠନକୁ ନିୟନ୍ତ୍ରଣ କରିବାରେ ଫସଫେଟ୍ ମଡ୍ୟୁଲେଟରର ଚିକିତ୍ସା କ୍ଷମତା ଉପରେ ଆଲୋକପାତ କରାଯାଇଥିଲା ।

ନେଚର କମ୍ୟୁନିକେସନ୍ପତ୍ରିକାରେ ପ୍ରକାଶିତ ଏହି ଆବିଷ୍କାରଭିଇଜିଏଫ୍‌ଆର୍ ସିଗ୍ନାଲିଂର ସ୍ୱତଃସ୍ପୃତ ସକ୍ରିୟତା କାରଣରୁ ପାଥୋଲୋଜିକାଲ୍ ପରିସ୍ଥିତି ବିରୁଦ୍ଧରେ ଚିକିତ୍ସା ହସ୍ତକ୍ଷେପ ବିକଶିତ କରିବା ପାଇଁ ନୂତନ ମାର୍ଗ ଖୋଲିପାରେ । ଅଟୋନିରୋଧିତ ଅବସ୍ଥାକୁ ଟାର୍ଗେଟ କରୁଥିବା କ୍ଷୁଦ୍ର ଅଣୁମାନଙ୍କର ମାନବ କୋଲୋରେକ୍ଟାଲ କାର୍ସିନୋମା ଏବଂ ବୃକକ୍ କର୍କଟ ଭଳି ରୋଗର ଚିକିତ୍ସା କରିବାର ଅଧିକ କ୍ଷମତା ଥିବ।

ଲିଙ୍କ୍:https://doi.org/10.1038/s41467-024-45499-2

*****

NS/SLP



(Release ID: 2029738) Visitor Counter : 5