ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ବରେ ରାଉରକେଲା ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗ ଶକ୍ତିକୁ ଆପଣାନ୍ତୁ: ଶ୍ରୀ ଜୁଏଲ ଓରାମ
ପୋଷ୍ଟ କରାଯିବା ଦିନାଙ୍କ:
21 JUN 2024 5:29PM by PIB Bhubaneswar
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ନେତୃତ୍ବରେ ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଠାରେ 'ଯୋଗ ଫର ସେଲ୍ଫ ଆଣ୍ଡ ସୋସାଇଟି' ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗର ଶକ୍ତିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।
ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଡି. ଡି. ଉଇକେ ଆଜି ମଧ୍ୟପ୍ରଦେଶର ବେତୁଲଠାରେ ଆୟୋଜିତ ଆଇୱାଇଡି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଟ୍ବିଟରରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଯୋଗର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଏକତା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ଏକାଠି କରିବା ପାଇଁ କାର୍ଯ୍ୟ କରିଛନ୍ତି ।
ଆଇୱାଇଡି ୨୦୨୪ ପାଳନ ଅବସରରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ/କର୍ମଚାରୀମାନେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଯୋଗ ଅଧିବେଶନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
BS
(ରିଲିଜ ଆଡି: 2027793)
ପରିଦର୍ଶକ କାଉଣ୍ଟର : 119