ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ


ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମରେ ସର୍ବାଧିକ ଲୋକ ଏକତ୍ରିତ ହେବାର ଭାରତୀୟ ରେକର୍ଡ

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2024 8:18PM by PIB Bhubaneswar

 

ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ପାଇଁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି।

ରେଳ ମନ୍ତ୍ରଣାଳୟ ୨୬ ଫେବୃଆରୀ ୨୦୨୪ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ୨,୧୪୦ ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳବାଇ ଅଣ୍ଡର୍‌ବ୍ରିଜ୍‌ ଉଦଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭାରତୀୟ ରେଳବାଇର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରିକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମକା ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡସ୍‌ ରେ ସାମିଲ କରାଯାଇଛି ।

 

********

P.S.


(ରିଲିଜ ଆଡି: 2025617) ପରିଦର୍ଶକ କାଉଣ୍ଟର : 113
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi , Tamil