ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅର୍ଦ୍ଧ ଚକ୍ରାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2024 9:51AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଛିଡା ହୋଇ ଏହି ଆସନ କରିବାର ବିଭିନ୍ନ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ପ୍ରଧାମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚକ୍ରାସନ ଅଭ୍ୟାସ କର । ଏହା ହୃଦୟ ପାଇଁ ବହୁତ ଭଲ ହୋଇଥିବା ବେଳେ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।”

  SR


(ରିଲିଜ ଆଡି: 2025553) ପରିଦର୍ଶକ କାଉଣ୍ଟର : 82