କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ଗାମ୍ବିଆର ମଧ୍ୟ-ସ୍ତରୀୟ ପ୍ରଶାସନିକ ଲୋକମାନଙ୍କ ପାଇଁ ଦୁଇ ସପ୍ତାହର ଚତୁର୍ଥ ମିଡ୍ କ୍ୟାରିୟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମସୁରୀର ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ରରେ ଆରମ୍ଭ ହୋଇଛି
ଉପସ୍ଥାୟୀ ସଚିବ ଏବଂ ନିର୍ଦ୍ଦେଶକଙ୍କ ସମେତ ୩୦ ଜଣ ବରିଷ୍ଠ ଅଧିକାରୀ ମିଡ କ୍ୟାରିୟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
27 MAY 2024 3:17PM by PIB Bhubaneshwar
ଆଫ୍ରିକୀୟ ଦେଶ ଗାମ୍ବିଆର ମଧ୍ୟ-ସ୍ତରୀୟ ପ୍ରଶାସନିକ ସେବକମାନଙ୍କ ପାଇଁ ଦୁଇ ସପ୍ତାହର ଚତୁର୍ଥ ମିଡ୍-କ୍ୟାରିୟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ମସୁରୀ ସ୍ଥିତ ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ରରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୨୭ ମେ ୨୦୨୪ରୁ ୭ଜୁନ୍ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗାମ୍ବିଆର ୩୦ ଜଣ ବରିଷ୍ଠ ଅଧିକାରୀ ଅଂଶ ଗ୍ରହଣ କରୁଛନ୍ତି । ଉପସ୍ଥାୟୀ ସଚିବ, ଉପ ମହାନିର୍ଦ୍ଦେଶକ, ଉପଜେନେରାଲା, ରାଷ୍ଟ୍ରପତିଙ୍କ ଉପ ଯୁବ ପରାମର୍ଶ ଦାତା ଡେପୁଟି ଯୁବ ଆଡଭାଇଜର ଟୁ ନ ପ୍ରେସିଡେଣ୍ଟ, ନିର୍ଦ୍ଦେଶକ କାର୍ଯ୍ୟକାରୀ ନିର୍ଦ୍ଦେଶକ, ପ୍ରିନ୍ସିପାଲ ରାଷ୍ଟ୍ରୀୟ ସମନ୍ୱୟକ, କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଆଦି ଭାବରେ କାର୍ଯ୍ୟରତ ଅଛନ୍ତି । ଏହି ସମସ୍ତ ଅଧିକାରୀ ଭୂମି ମନ୍ତ୍ରଣାଳୟ, କ୍ଷେତ୍ରୀୟ ସରକାର ଏବଂ ଧାର୍ମିକ ମାମଲା, ରାଷ୍ଟ୍ରପତି କାର୍ଯ୍ୟାଳୟ ରାଜଭବନ, ପରିବହନ ମନ୍ତ୍ରଣାଳୟ, ଅର୍ଥ ଏବଂ ଆର୍ଥିକ ମାମଲାର ମନ୍ତ୍ରଣାଳୟ, ମିନିଷ୍ଟ୍ରି ଅଫ ଜେଣ୍ଡର, ଶିଶୁ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟ, ଲୋକସେବା ରାଜ୍ୟ ସଦନ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷ।। ଅନୁସନ୍ଧାନ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରଣାଳୟ, ମହାଲେଖାକାର ବିଭାଗ, ନ୍ୟାୟ ମନ୍ତ୍ରଣାଳୟ, ଗାମ୍ବିଆରେ ପଶୁଧନ ସେବା ବିଭାଗ ଭଳି କାର୍ଯ୍ୟାଳୟଗୁଡିକୁ ପ୍ରତିନିଧିତ୍ୱ କରିଥାଏ ।
ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ର (ଏନସିଜିଜି)ର ମହାନିର୍ଦ୍ଦେଶକ ଏବଂ ପ୍ରଶାସନିକ ସୁଧାରଙ୍କ ଲୋକ ଅଭିଯୋଗ ଶୁଣାଣି ବିଭାଗ (ଡିଏଆରପିଜି)ର ସଚିବ ଶ୍ରୀ ବି. ଶ୍ରୀନିବାସ ନିଜର ଉଦ୍ଘାଟନୀ ଭାଷଣରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ । ସେ ପରିବର୍ତ୍ତନକାରୀ ଭାରତୀୟ ଶାସନ ମଡେଲ ଉପରେ ଆଲୋକପାତ କରିଥିଲେ, ଯାହା ୨୦୧୪ରୁ ୨୦୨୪ ବହୁତ ବିକଶିତ ହୋଇଛି । ନୂତନ ପ୍ରତିମାନ, ପାରଦର୍ଶିତା, ଦକ୍ଷତା ଏବଂ ପ୍ରତିଭାଶୀଳତା ଉପରେ ଜୋର ଦେଇଥାଏ, ଯାହା ଯାନ୍ତ୍ରିକ ପ୍ରଗତି ଦ୍ୱାର ସଂଚାଳିତ ଅଟେ, ଭାରତର ଗ୍ରାମାଞ୍ଚଳକୁ ଉଲ୍ଲେଖନୀୟ ଭାବରେ ପ୍ରଭାବିତ କରିବୁ ଏବଂ ଡିଜିଟାଲ ବିଭାଜନର ଅଂଶ ହେଉ। ଅମୃତ କାଳରେ ପ୍ରବେଶ କରିବାକୁ ଯାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ କହିଛନ୍ତି ଯେ ଭାରତ ନୂତନ ଶକ୍ତି ଏବଂ ଉଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି । ଏମିତିରେ ଲୋକମାନଙ୍କର ଅଭିଯୋଗ ତନ୍ତ୍ରରେ ସୁଧାର, ସୁଶାସନ ମଡେଲର ଲାଗୁ କରିବା ଏବଂ ଉନ୍ନତ ବୈଷୟିକ ଜ୍ଞାନକୁ ଆପଣାଇବା ସାମିଲ ଅଛି। ସେ ମହତ୍ୱପୂର୍ଣ୍ଣ ସକରାତ୍ମକ ପରିବର୍ତ୍ତନରେ ଯୋଗଦାନ ଦେବାରେ ଇ-ସଚିବାଳୟ ପ୍ରଯୁକ୍ତିବିଦ୍ୟା ଉନ୍ନତିର ଉଦାହରଣ ଦେଇଥିଲେ । ନାଗରିକମାନଙ୍କ ପାଇଁ ୧୬,୦୦୦ ଇ-ସେବାଗୁଡିକ ସହିତ ଭାରତ ଦ୍ୱାରା ଇ-ଅଫିସ ପ୍ରଣାଳୀକୁ ଆପଣାଇବା ଏହି ପରିବର୍ତ୍ତନର ଉଦାହରଣ ଅଟେ । ସେ କହିଥିଲେ ଯେ ସରକାର ବର୍ତ୍ତମାନ “ଅଧିକତମ ଶାସନ, ନ୍ୟୁନତମ ସରକାର”ଙ୍କ ସିଦ୍ଧାନ୍ତର ପାଳନ କରିଥାଏ, ଯାହାର ଉଦ୍ଦେଶ୍ୟ ଲୋକ ପ୍ରଶାସନର ଦକ୍ଷତାକୁ ବୃଦ୍ଧି କରିବାକୁ ହେବ ।
ଶ୍ରୀନିବାସ ଶାସନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଉଭୟ ସରକାରୀ ଅଧିକାରୀ ଏବଂ ନାଗରିକମାନଙ୍କ ପାଇଁ ଡିଜିଟାଲ ସାକ୍ଷରତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଭିଜନ ୨୦୪୭କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ଏବଂ ଆଞ୍ଚଳିକ ବିକାଶ ଭଳି କ୍ଷେତ୍ରରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ। ଶ୍ରୀ ଶ୍ରୀନିବାସ ଗାମ୍ବିଆ ପାଇଁ ଏକ ଉତ୍ତମ ସୁଶାସନ ମଡେଲ୍ ଭାବରେ ଭାରତର ଅଭିଯୋଗ ସମାଧାନ କାର୍ଯ୍ୟକ୍ରମ, ଯାହା ଦଶ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରେ, ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୪ରେ ଏନସିଜିଜି ବିଭିନ୍ନ ଦେଶ ପାଇଁ ୬୦ଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରିବା, ବୈଶ୍ୱିକ ସହଯୋଗ ଏବଂ ଅଂଶୀଦାର ପ୍ରଗତିକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି।
ଆସୋସିଏଟ୍ ପ୍ରଫେସର ତଥା ପାଠ୍ୟକ୍ରମ ସଂଯୋଜକ ଡ. ଏପି ସିଂହ ଆନୁଷ୍ଠାନିକ ପରିଚୟ ଅଧିବେଶନରେ ନ୍ୟାସନାଲ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ (ଏନସିଜିଜି)ର ପରିଚାଳନା ଢାଞ୍ଚା ଏବଂ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ | ଏହାବ୍ୟତୀତ ଡ. ସିଂ ତାଙ୍କ ଅଭିଭାଷଣରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ | ନିଜ ସମ୍ବୋଧନରେ ଡକ୍ଟର ସିଂ ପ୍ରତିଯୋଗୀମାନଙ୍କୁ ବିଶେଷଭାବେ ଡିଜାଇନ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତଭାବେ କହିଥିଲେ । ଯେଉଁଥିରେ ବ୍ୟାପକ ବିଷୟକୁ ସାମିଲ କରାଯାଇଛି।
ଆମେ ଅଖିଳ ଭାରତୀୟ ସେବାର ଉଦ୍ଘାଟନ, ବୈଶ୍ୱିକ ସ୍ତରରେ ଲୋକମାନଙ୍କ କଲ୍ୟାଣ ଭାବରେ ଡିଜିଟାଲ ସାର୍ବଜନିକ ଅବସଂରଚନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଭୂମି ଅଧିଗ୍ରହଣ ଅର୍ଥଦଣ୍ଡ ଏବଂ ପୁନର୍ବାସ, ସରକାରୀ ଇ-ମାର୍କେଟପ୍ଲସ (ଜିଇଏମ), ଭାରତରେ ଗରୀବି ହଟାଇବା ତଥା ସୁଶାସନ ପାଇଁ ଆଧାର ଏକ ମାଧ୍ୟମ ସହିତ ଅନ୍ୟ ଯୋଜନାମାନ ସାମିଲ ରହିଛି । ଡକ୍ଟର ସିଂ ପ୍ରତିଯୋଗିତା ପାଇଁ ଆୟୋଜିତ ଆଇଟିଡିଏ, ଡେରାଡୁନ, ବନ ଅନୁସନ୍ଧାନ ସଂସ୍ଥାନ, ଶୂନ୍ୟ ଶକ୍ତି ପ୍ରକଳ୍ପ, ଦିଲ୍ଲୀ ମେଟ୍ରୋ ରେଳ ନିଗମ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଏବଂ ପ୍ରତିଷ୍ଠିତ ତାଜମହଲ ସମ୍ପର୍କରେ ମଧ୍ୟ ସୂଚନା ବାଣ୍ଟିଥିଲେ । ଆସିବାର ଉଦ୍ଦେଶ୍ୟ ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ସହିତ ଅଭିନବ ପ୍ରକଳ୍ପ ଗୁଡିକ ଏବଂ ସଂସ୍ଥାମାନଙ୍କର ବ୍ୟାବହାରିକ ଅନ୍ତର୍ଦୃଷ୍ଟି ଏବଂ ପ୍ରତ୍ୟକ୍ଷ ଅନୁଭବ ପ୍ରଦାନ କରିବାକୁ ହେବ ।
ଏଠାରେ ଏହା ଉଲ୍ଲେଖ କରିବା ଉଚିତ ହେବ ଯେ ଏନସିଜିଜି ଏହି କାର୍ଯକ୍ରମ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ଗାମ୍ବିଆର ପ୍ରାୟ ୧୫୦ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପ୍ରଶିକ୍ଷିଶ କରିଛି ।
ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ର (ଏନସିଜିଜି), ବିଦେଶ ମନ୍ତ୍ରଣାଳୟ ସହିତ ବୁଝାମଣାରେ ୧୭ଟି ଦେଶଗୁଡିକର ପ୍ରଶାସନିକ ସେବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିରେ ବାଲାଂଦେଶ, କେନିୟା, ତାଞ୍ଜାନିୟା, ଟ୍ୟୁନିସିୟା, ସେମେଲ୍ସ, ଗାମ୍ବିଆ, ମାଳଦ୍ୱୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଲାଓସ୍, ଭିଏତନାମ, ନେପାଳ, ଭୁଟାନ, ମିଆଁମାର,ଇଥିୟୋପିୟା, ଇରିଟ୍ରିୟା ଏବଂ କମ୍ବୋଡିୟା ସାମିଲ ରହିଛି । ଡ.ଏ.ପି. ସିଂହ, ଆସୋସିଏଟ ପ୍ରଫେସର ଏବଂ କୋର୍ସ କୋଅଡିନେଟର ଏବଂ ଫେକଲ୍ଟି, ଏନ୍ସିଜଜି, ଶ୍ରୀ ସଞ୍ଜୟ ଦତ୍ତ ପନ୍ଥ, କାର୍ଯ୍ୟକ୍ରମ ସହାୟକ ଏନସିଜିଜି ସୁଶ୍ରୀ ମୋନିଶ।। ବହୁଗୁଣ ତତ୍ତ୍ୱାବଧାନରେ ଏଠାରେ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
*****
NS/SLP
(ରିଲିଜ ଆଡି: 2022006)
ପରିଦର୍ଶକ କାଉଣ୍ଟର : 93