ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଆସିଆନ୍ – ଭାରତ ଉତ୍ପାଦ ବାଣିଜ୍ୟ ଚୁକ୍ତିନାମା ଯୁଗ୍ମ କମିଟିର ୪ର୍ଥ ବୈଠକ

Posted On: 12 MAY 2024 1:34PM by PIB Bhubaneshwar

ଏଆଇଟିଆଇଜିଏ (ଆସିଆନ୍ – ଇଣ୍ଡିଆ ଟ୍ରେଡ୍ ଇନ୍ ଗୁଡ୍ସ୍ ଏଗ୍ରିମେଣ୍ଟ୍)ର ସମୀକ୍ଷାପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭-୯ ତାରିଖ ୨୦୨୪ ମଧ୍ଯରେମାଲେସିଆର ପୁଟ୍ରାଜୟାରେ ଅୁନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତୀୟବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ରାଜେଶ ଅଗ୍ରଓ୍ବାଲ୍ ଏବଂ ମଲେସିଆରନିବେଶ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ଉପ ସାଧାରଣ ସଚିବ (ବାଣିଜ୍ୟ) ଶ୍ରୀମତି ମସ୍ତୁରା ଅହମ୍ମଦ ମୁସ୍ତାଫା ଅଧ୍ଯକ୍ଷତା କରିଥିଲେ। ଏହି ଆଲୋଚନାରେସମସ୍ତ ୧୦ ଆସିଆନ୍ ଦେଶମାନଙ୍କ ସହ ଭାରତୀୟ ପ୍ରତିନିଧିମାନେ ଅଂଶଗ୍ରହଣକରିଥିଲେ।

ବାଣିଜ୍ୟ ଉପେଯାଗୀ ସହ ସମଗ୍ର କ୍ଷେତ୍ରରେ ବ୍ୟବସାୟକୁ ଅଧିକ ଲାଭଜନକକରିବା ନିମନ୍ତେ ଏଆଇଟିଆଇଜିଏର ସମୀକ୍ଷା ପାଇଁ ଏହି ଆଲୋଚନା ୨୦୨୩ ମେମାସରେ ଆରମ୍ଭ ହୋଇଥିଲା। ସମୀକ୍ଷା କାର୍ଯ୍ୟ କରୁଥିବା ଯୁଗ୍ମ କମିଟିର ବୈଠକବର୍ମାନ ସୁଦ୍ଧା ୪ ଥର ହୋଇଛି। ପ୍ରଥମ ଦୁଇଟି ବୈଠକରେ ଯୁଗ୍ମ କମିଟିସମୀକ୍ଷା ବୁଝାମଣା ପାଇଁ ଏହାର ସର୍ାବଳୀ ଓ ବୁଝାମଣା ସଂରଚନା ଚୁଡାନ୍ତକରିଥିଲା ଏବଂ ନୂଆଦିଲ୍ଲରେ ୨୦୨୪ ଫେବୃଆରୀ ୧୮ ଓ ୧୯ ତାରିଖରେହୋଇଥିବା ତୃତୀୟ ବୈଠକରେ ଏଆଇଟିଆଇଜିଏର ସମୀକ୍ଷା ପାଇଁ ବୁଝାମଣାଆରମ୍ଭ ହୋଇଥିଲା।

ଏହି ସମୀକ୍ଷାରେ ଚୁକ୍ତିନାମାର ବିଭିନ୍ନ ନୀତି କ୍ଷେତ୍ର ସହ କାରବାର କରିବା ପାଇଁ ୮ଟି ସବ୍-କମିଟି ଗଠନ କରାଯାଇଛି। ସେଥିମଧ୍ଯରୁ ୫ ଟି ସବ୍-କମିଟି ସେମାନଙ୍କଆଲୋଚନା ଆରମ୍ଭ କରିଛନ୍ତି। ସମସ୍ତ ୫ଟି ଉପ-କମିଟି ସେମାନଙ୍କରଆଲୋଚନାର ଫଳାଫଳ ୪ର୍ଥ ଏଆଇଟିଆଇଜିଏ ଯୁଗ୍ମ କମିଟିକୁ ଜଣାଇଥିଲେ।ଏହି ସବ୍-କମିଟିଗୁଡିକ ମଧ୍ଯରୁ ‘ଜାତୀୟ ଚିକିତ୍ସା ଏବଂ ବଜାର ଗ୍ରହଣୀୟତା’, ‘ଉତ୍ପତି ନିୟମ’, ‘ମାନଦଣ୍ଡ’, ‘ବୈଷୟିକ ନିମୟମାବଳୀ ଓ ସମାନତାମୂଲ୍ୟାଙ୍କନ ପ୍ରକ୍ରିୟା’ ଏବଂ ‘ଆଇନ୍ଗତ ଓ ଆନୁଷ୍ଠାନିକ ସମସ୍ୟା’ ଉପରେ କାର୍ଯ୍ୟକରୁଥିବା ୪ ଟି ସବ୍-କମିଟି ୪ର୍ଥ ଏଆଇଟିଆଇଜିଏ ଯୁଗ୍ମ କମିଟି ସହମାଲେସିଆର ପୁଟ୍ରାଜୟାରେ ବ୍ୟକ୍ତିଗତ ସାକ୍ଷାତ କରିଥିଲେ। ସାନିଟାରୀ ଏବଂଫାଇଟୋସାନିଟାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମିଟି ୨୦୨୪ ମେ ୩ ତାରିଖଦିନ ଆଗୁଆ ସାକ୍ଷାତ କରିଥିଲେ। ଯୁଗ୍ମ କମିଟି ଏହି ସବ୍-କମିଟିଗୁଡିକୁ ଆବଶ୍ୟକମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଭାରତୀୟ ବିଶ୍ବ ବାଣିଜ୍ୟରେ ୧୧% ଅଂଶଧନ ସହ ଆସିଆନ୍, ଭାରତର ପ୍ରମୁଖବାଣିଜ୍ୟ ଭାଗୀଦାରିମାନଙ୍କ ମଧ୍ଯରୁ ଅନ୍ୟତମ। ୨୦୨୩-୨୪ରେ ଏହି ଦ୍ବିପାକ୍ଷିକବାଣିଜ୍ୟ ୧୨୨.୬୭ ବିଲିୟନ୍ ଡଲାର ଥିଲା। ଏଆଇଟିଆଇଜିଏର ନବୀକରଣଏହି ଦ୍ବିପାକ୍ଷକ ବାଣିଜ୍ୟକୁ ଅଧିକ ତ୍ବରାନ୍ବିତ କରିବ। ଉଭୟ ପକ୍ଷ ୫ମ ଯୁଗ୍ମ କମିଟିବୈଠକ ପାଇଁ ଇଣ୍ଡୋନେସିଆର ଜାକତ୍ର୍ତାଠରେ ଆସନ୍ତା ୨୦୨୪ ଜୁଲାଇ ୨୯ ରୁ୩୧ ତାରିଖ ମଧ୍ଯରେ ସାକ୍ଷାତ କରିବେ।

 

SR



(Release ID: 2020390) Visitor Counter : 53