ରସାୟନ ଓ ସାର ମନ୍ତ୍ରଣାଳୟ

ଫାର୍ମାସିଉଟିକାଲ୍ ବିଭାଗ ସଚିବ ଡକ୍ଟର ଅରୁଣିଶ ଚାଓଲା ନୂଆଦିଲ୍ଲୀଠାରେ ସିଆଇଆଇ ସହଯୋଗରେ ମେଡ଼ିକାଲ୍ ଷ୍ଟେକାଥନ ୨୦୨୪ର କଲେ ଶୁଭାରମ୍ଭ


ଭାରତରେ ମେଡଟେକର ଅପାର ସମ୍ଭାବନା ରହିଛି, ବର୍ଷକୁ ୨୮ ପ୍ରତିଶତର ଅଭିବୃଦ୍ଧିର ସୁଯୋଗ ରହିଛି: ଡକ୍ଟର ଅରୁଣିଶ ଚାଓଲା

ଉଦ୍ୟୋଗ ଦୁନିଆର ପ୍ରମୁଖ ହସ୍ତୀ ଏବଂ ପ୍ରମୁଖ ହିତଧାରକ ବିଶେଷ ଚିକିତ୍ସା ଉପକରଣଗୁଡ଼ିକୁ ମୂଲ୍ୟ ଚେନ୍ ମ୍ୟାପିଂ ଉପରେ କରିବେ ବିଚାର ମନ୍ଥନ

Posted On: 07 MAY 2024 3:48PM by PIB Bhubaneshwar

ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ଫାର୍ମାସିଉଟିକାଲ୍ସବିଭାଗର ସଚିବ ଡକ୍ଟର ଅରୁଣିଶ ଚାଓଲା ଆଜିନୂଆଦିଲ୍ଲୀଠାରେ ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ)ର ସହଯୋଗରେ ମେଡ଼ିକାଲ ଷ୍ଟୋକାଥନ୨୦୨୪ର ଶୁଭାରମ୍ଭ କରିଛନ୍ତି । ମେଡିକାଲ ଷ୍ଟେକାଥନ ଏକଅଭୂତପୂର୍ବ ଅଭିଯାନ  ଯାହା ମାଧ୍ୟମରେ ଯେକୌଣସି ଚୟନକୃତବିଶେଷ ଚିକିତ୍ସା ଉପକରଣର ବ୍ୟାପକ ମୂଲ୍ୟ ଶୃଙ୍ଖଳାବିଶ୍ଳେଷଣ ମାଧ୍ୟମରେ ଭାରତରେ କ୍ରମବର୍ଦ୍ଧିଷ୍ଣୁ ମେଡଟେକ୍କ୍ଷେତ୍ରରେ ପରିବର୍ତ୍ତନକାରୀ ସଂସ୍କାରକୁ ଆଗକୁ ଆଗେଇ ନେବାଦିଗରେ ଡିଜାଇନମାନ ପ୍ରସ୍ତୁତ କରୁଛି । ଷ୍ଟେକାଥନର ଉଦ୍ଦେଶ୍ୟହେଉଛି ବଡ଼ ବଡ଼ ଉଦ୍ୟୋଗପତି, ନୀତି ପ୍ରସ୍ତୁତକାରୀ ଏବଂବିଶେଷଜ୍ଞମାନଙ୍କ ସହିତ ପରାମର୍ଶ ମାଧ୍ୟମରେ ଏହି କ୍ଷେତ୍ରରେଥିବା ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜଗୁଡ଼ିକର ସମାଧାନ କରିବା ।ଉଦାହରଣ ସ୍ୱରୂପ, ଭାରତକୁ ଚିକିତ୍ସା ପ୍ରାଦ୍ୟୋଗିକ କ୍ଷେତ୍ରରେବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ଉପସ୍ଥାପନ କରାଯାଇପାରିବ । ଏହି ଅବସରରେ ଫାର୍ମାସିଉଟିକାଲ ବିଭାଗର ସଂଯୁକ୍ତସଚିବ ଶ୍ରୀ ଆର ପି ସିଂହ ଏବଂ ଭାରତୀୟ ଉଦ୍ୟୋଗମହାସଂଘର ରାଷ୍ଟ୍ରୀୟ ମେଡ଼ିକାଲ ଟେକ୍ନୋଲୋଜି ଫୋରମରଅଧ୍ୟକ୍ଷ ଶ୍ରୀ ହିମାଂଶୁ ବୈଦ୍ୟ ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠଅଧିକାରୀ ତଥା ଉଦ୍ୟୋଗ ଜଗତର ପ୍ରତିନିଧିମାନେ ଉପସ୍ଥିତଥିଲେ ।

 

ମେଡିକାଲ ଷ୍ଟେକାଥନରେ ସାମିଲ ହୋଇଥିବା ପ୍ରତିନିଧିମାନଙ୍କୁସମ୍ବୋଧିତ କରି ଡକ୍ଟର ଅରୁଣିଶ ଚାଓଲା କହିଲେ ଯେଦେଶରେ ମେଡ଼ିଟେକ୍ ଉଦ୍ୟୋଗରେ ବିପୁଳ ସମ୍ଭାବନା ମହଜୁଦରହିଛି । ଅନୁମାନ କରାଯାଉଛି ଯେ ଏହି ଉଦ୍ୟୋଗ ବାର୍ଷିକ ୨୮ପ୍ରତିଶତ ହିସାବରେ ଅଭିବୃଦ୍ଧିର କ୍ଷମତା ବହନ କରେ ଏବଂତାହା ୨୦୩୦ ମସିହା ସୁଦ୍ଧା ୫୦ ବିଲିୟନ ଆମେରିକୀୟଡଲାର ଛୁଇଁବାର ସମ୍ଭାବନା ରହିଛି । ସେ ଆହୁରି କହିଛନ୍ତି ଯେବର୍ତ୍ତମାନ ଭାରତ ଏସିଆ ମହାଦେଶରେ ଚିକିତ୍ସା ଉପକରଣଉତ୍ପାଦନ ଦୃଷ୍ଟିରୁ ଚତୁର୍ଥ ବୃହତ୍ତମ ବଜାରରେ ପରିଣତ ହୋଇଛିଏବଂ ବିଶ୍ୱ ସ୍ତରରେ ଏହା ଶ୍ରେଷ୍ଠ ୨୦ ଦେଶମାନଙ୍କ ମଧ୍ୟରେସାମିଲ । ୨୦୨୨-୨୩ ମସିହା ପାଇଁ ମୋଟ ଆମଦାନି ୦.୪୫ରଆମଦାନି କଭରେଜ ଅନୁପାତ ସହିତ ୪୧୦୧ ନିୟୁତଆମେରିକୀୟ ଡଲାର ଛୁଇଁଥିଲା ।  

 

ଡକ୍ଟର ଅରୁଣିଶ ଚାଓଲା  ଆହୁରି ସୂଚାଇଥିଲେ ଯେ ଏହିକ୍ଷେତ୍ରରେ ଆମଦାନି ବୃଦ୍ଧିର ବିପୁଳ ସମ୍ଭାବନା ଜଳଜଳ ହୋଇଦୃଶ୍ୟମାନ । ମୁଖ୍ୟତଃ ଏହା ଆମେରିକା, ଚୀନ୍ ଏବଂ ଜର୍ମାନୀଭଳି ଦେଶ ଦ୍ୱାରା ସଂଚାଳିତ ହୋଇଆସୁଛି । ଭାରତର ସୁଦୃଢ଼ନୀତି ପାରିସ୍ଥିତିକୀ ତନ୍ତ୍ର ରପ୍ତାନିକୁ ବୃଦ୍ଧି କରିବା ଏବଂ ଘରୋଇବିନିର୍ମାଣ ମାଧ୍ୟମରେ ଆମଦାନି ନିର୍ଭରତାକୁ କମ୍ କରିବାନିମନ୍ତେ ବିପୁଳ ସୁଯୋଗ ଯୋଗାଇଛି ।

 

ଡକ୍ଟର ଅରୁଣିଶ ଚାଓଲା ଦେଶରେ ଚିକିତ୍ସା ଉପକରଣଉଦ୍ୟୋଗର ବିକାଶ ନିମନ୍ତେ ଏକ ସୁଦୃଢ଼ ନୀତି ପ୍ରସ୍ତୁତ କରିବାନିମନ୍ତେ ନୀତିକାର ଏବଂ ଉଦ୍ୟୋଗ ଜଗତରକୁ ପାଦକୁ ପାଦମିଳାଇ ଏହି କ୍ଷେତ୍ର ନିମନ୍ତେ କାର୍ଯ୍ୟ କରିବାର ମହତ୍ତ୍ୱ ଉପରେଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଭାରତୀୟସାମଗ୍ରୀର ଗୁଣାତ୍ମକ ମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବାରଆବଶ୍ୟକତା ରହିଛି ଯଦ୍ୱାରା ତାହା ବିଶ୍ୱ ସ୍ତରରେ ପ୍ରତିସ୍ପର୍ଦ୍ଧୀହୋଇପାରିବ ।

 

ସେ କହିଥିଲେ ଯେ ବିଗତ ବର୍ଷମାନଙ୍କରେ ଉପଭୋକ୍ତାସାମଗ୍ରୀଗୁଡ଼ିକ ଏବଂ ଡିସ୍ପୋଜେବଲ ସାମଗ୍ରୀର ରପ୍ତାନିଆମଦାନି ପରିମାଣକୁ ଢ଼େର୍ ପଛରେ ପକାଇ ଦେଇଛି ଏବଂଉଦ୍ୟୋଗମାନଙ୍କ ଦ୍ୱାରା ମିଡ଼ିଆ ଟେକ୍ କ୍ଷେତ୍ରର ଅନ୍ୟସ୍ତମ୍ଭଗୁଡ଼ିକରେ ଏଭଳି ଭାବରେ ଗତିକୁ ଜାରି ରଖିବା ସକାଶେସେ ଆହ୍ୱାନ ଜଣାଇଥିଲେ ।

 

ଏଭଳି ଚାଲେଞ୍ଜଗୁଡ଼ିକର ସମାଧାନ କରିବା ଏବଂ ସମଗ୍ରକ୍ଷେତ୍ରରେ ବ୍ୟାପାର କରିବା ବେଶ୍ ସହଜ ଏବଂ ଏହା ଫଳରେଲାଭ ପରିମାଣ ବୃଦ୍ଧି ପାଇପାରିବ । ଏଥିପାଇଁହିତଧାରକମାନଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛିବୋଲି ସେ ମତ ପୋଷଣ କରିଥିଲେ । ସେ କହିଥିଲେ ଯେସହଯୋଗୀତା ଏବଂ ସହାୟତା ତଥା ଅନୁସନ୍ଧାନ ଓନବସୃଜନରେ ପୁଂଜି ନିବେଶ ମାତ୍ରା ବୃଦ୍ଧି କରି ଏବଂ ମୂଲ୍ୟଶୃଙ୍ଖଳା ପ୍ରକ୍ରିୟାଗୁଡ଼ିକୁ ସୁବ୍ୟବସ୍ଥିତ କରି, ଆମେ ସମସ୍ତଙ୍କ ପାଇଁସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟକୁ ହାସଲକରିପାରିବା ।

 

ଡକ୍ଟର ଚାଓଲା କହିଛନ୍ତି ଯେ ଷ୍ଟେକାଥନ ମାଧ୍ୟମରେ ପ୍ରତିଭାଗୀନିଜ ନିଜର ନିର୍ଦ୍ଦିଷ୍ଟ ତଥା ଜଟିଳ ସମସ୍ୟାଗୁଡ଼ିକୁ ସମାଧାନକରିପାରିବେ ଏବଂ ଅନ୍ୟାନ୍ୟ ସୁଯୋଗ ସମ୍ପର୍କରେ ଜ୍ଞାନ ହାସଲକରିପାରିବେ । ଏଥି ନିମନ୍ତେ ଚିକିତ୍ସା ଉପକରଣ ଉଦ୍ୟୋଗମଧ୍ୟରେ ବିଭିନ୍ନ ଉତ୍ପାଦ ଖଣ୍ଡ ଏବଂ ଜଟିଳତା ଉପରେ ଧ୍ୟାନକେନ୍ଦ୍ରିତ କରାଯିବା ଏବଂ ପ୍ରମୁଖ ହିତଧାରକ, ପ୍ରକ୍ରିୟାଗୁଡ଼ିକୁପ୍ରଥମେ ଚିହ୍ନିବା ଆବଶ୍ୟକ । ଏଥିପାଇଁ ଚିକିତ୍ସା ଉପକରଣଉଦ୍ୟୋଗର ବିଭିନ୍ନ କ୍ଷେତ୍ରର ମୂଲ୍ୟ ଶୃଙ୍ଖଳାଗୁଡ଼ିକର ବିଶ୍ଳେଷଣତଥା ମାନ ନିର୍ଦ୍ଧାରଣ କରାଯିବା ଜରୁରି । ଡକ୍ଟର ଚାଓଲା ନିଜଭାଷଣ ପ୍ରସଙ୍ଗରେ ନିର୍ଭରତା, ଚିକିତ୍ସା ଉପକରଣ ଉଦ୍ୟୋଗରବିକାଶରେ ବାଧା ସୃଷ୍ଟି କରୁଥିବା ପ୍ରମୁଖ ପ୍ରସଙ୍ଗ ଯଥା ଆମଦାନିନିର୍ଭରତା, ନିୟାମକ ବାଧା ଓ ପ୍ରଯୁକ୍ତି ଅନ୍ତରାୟକୁ ଚିହ୍ନଟକରାଯିବା ଉପରେ ଜୋର୍ ଦେଇଥିଲେ ।

 

ଷ୍ଟେକାଥନ ଆଠଗୋଟି କେନ୍ଦ୍ରିତ ସମୂହ ଯଥା, କ୍ୟାନସରଥେରାପି, ଇମେଜିଂ, କ୍ରିଟିକାଲ କେୟାର, ସହାୟକ ଚିକିତ୍ସାଉପକରଣ, ଶାରୀରିକ ପ୍ରତ୍ୟାରୋପଣ, ସର୍ଜିକାଲ ଉପକରଣଏବଂ ହସ୍ପିଟାଲ ଉପକରଣ, ଉପଭୁକ୍ତି ବସ୍ତୁ ଏବଂ ଡିସ୍ପେଜେବଲ, ଏବଂ ଭେଟ୍ରୋ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ (ଆଇବିଡ଼ି) ଏବଂଅଭିକର୍ମକ ଉପରେ ବିଚାର ବିମର୍ଶ କରିବ । ପ୍ରତ୍ୟେକବିଭାଗର ଚିହ୍ନଟ ସହିତ ବିଶିଷ୍ଟ ଉଦ୍ଦେଶ୍ୟ ସହିତ ମହତ୍ତ୍ୱପୂର୍ଣ୍ଣଚିକିତ୍ସା ଉପକରଣର ମୂଲ୍ୟାଙ୍କନ, ଆମଦାନି-ରପ୍ତାନିରଗତିଶୀଳତାର ଆକଳନ, ଶୁଳ୍କ ସଂରଚନାର ଯାଞ୍ଚ ଏବଂ ସମ୍ପୂର୍ଣ୍ଣମୂଲ୍ୟ ଶୃଙ୍ଖଳାରେ ସମସ୍ତଙ୍କର ନିହିତ ସ୍ୱାର୍ଥ ଉପରେ ବିଚାରବିମର୍ଶ କାର୍ଯ୍ୟ ସଂପାଦନ ଦାୟିତ୍ୱ ଅର୍ପଣ କରାଯିବ ।

 

ଏହି କର୍ମଶାଳା ପୂର୍ବରୁ ସମୂହ ନେତୃତ୍ୱ ଏବଂ ସଦସ୍ୟମାନଙ୍କମଧ୍ୟରେ ବ୍ୟାପକ ଭର୍ଚୁଆଲ୍ ଆଲୋଚନା ଏବଂ ଅଭ୍ୟାସ କାର୍ଯ୍ୟସଂପାଦନ କରାଯାଇଥିଲା । ଏହି କ୍ଷେତ୍ରରେ ପୁଂଜିରପ୍ରତିସ୍ପର୍ଦ୍ଧାତ୍ମକତା, ଗୁଣବତ୍ତା ଆଶ୍ୱାସନ ଏବଂ ନିୟାମକ ଦିଗରେଥିବା ସକଳ ପ୍ରକାର ପ୍ରତିବନ୍ଧକ ସହିତ ଚାଲେଞ୍ଜର ସମାଧାନନିମନ୍ତେ ପ୍ରୟାସ ଜାରି ରହିଛି ।

 

ଭାରତୀୟ ଉଦ୍ୟୋଗ ମହାସଂଘର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ବୈଦସହଯୋଗାତ୍ମକ ଉକ୍ରୃଷ୍ଟତାର ବାସ୍ତବ ଦୃଷ୍ଟିକୋଣ ଉପରେଆଲୋକପାତ କରିଥିଲେ । ଏଥିରେ ହିତଧାରକମାନଙ୍କୁ ନିର୍ଦ୍ଦିଷ୍ଟସୁଫଳ ହାସଲ କରିବା ଏବଂ ମେଡିଟେକ୍ ଉଦ୍ୟୋଗକୁଅଦ୍ୱିତୀୟ ବିକାଶ ସ୍ତରରେ ପହଞ୍ଚାଇବା ଏବଂ ପ୍ରୋତ୍ସାହନକରିବା ସକାଶେ ସମସ୍ତେ ଏକଜୁଟ ହେବା ନିମନ୍ତେ ସେ ମତପୋଷଣ କରିଥିଲେ । ଶ୍ରୀ ବୈଦ କହିଥିଲେ ଯେ ଭାରତରମେଡିଟେକ୍ ରପ୍ତାନି ୪ ବିଲିୟନ ଡଲାରରୁ ଅଧିକ ହେବ ।ସହିତ ଏହି ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାରଣ ମାର୍ଗଉନ୍ମୁକ୍ତ ରହିଛି । ଭାରତରେ ଉତ୍ପାଦନର ମାତ୍ରା ଏବଂ ଚାହିଦାମଧ୍ୟରେ ଏକ ବ୍ୟାପକ ତଫାତ ରହିଛି । ସେ କହିଥିଲେ ଯେଭାରତ ମେଡିଟେକ୍ କ୍ଷେତ୍ରର ସମ୍ଭାବନାରେ ପରିପୂର୍ଣ୍ଣ ରହିଛିଯାହା ଆଗାମୀ ଦଶକରେ ବିଶ୍ୱ ବଜାରରେ ପ୍ରମୁଖଭାଗୀଦାରରେ ପରିଣତ ହେବା ସହିତ ୧୦ ପ୍ରତିଶତ ହାସଲକରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛି । ବିଶ୍ୱ ସ୍ତରୀୟହସ୍ପିଟାଲ, କୁଶଳୀ ମାନବସମ୍ବଳ ଏବଂ ଅତ୍ୟାଧୁନିକ ସଂସାଧନଯୁକ୍ତ ଏକ ସୁଦୃଢ଼ ପାରିସ୍ଥିତିକ ବ୍ୟବସ୍ଥାରେ ସମ୍ପନ୍ନ ଭାରତବୈଶ୍ୱିକ ମେଡିଟେକ୍ କ୍ଷେତ୍ରରେ ଆଗାମୀ ଦିଗରେ ଅଗ୍ରଣୀ ରାଷ୍ଟ୍ରରୂପେ ନିଶ୍ଚିତ ଭାବରେ ମୁଣ୍ଡ ଟେକିବ । ଶ୍ରୀ ହିମାଂଶୁ ବୈଦଉଦ୍ୟୋଗ ଅନୁକୂଳ ନୀତିକୁ ଆହୁରି ବୃଦ୍ଧି କରିବା, ନିୟାମକଢାଂଚାକୁ ସୁବ୍ୟବସ୍ଥିତ କରିବା ଏବଂ ଲକ୍ଷିତ ପ୍ରୋତ୍ସାହନ ଏବଂପ୍ରଦ୍ୟୋଗିକ ପୁଂଜି ମାଧ୍ୟମରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)କୁ ପ୍ରୋତ୍ସାହନ ଦେବାର ମହତ୍ୱ ଉପରେରେଖାଙ୍କିତ କରିଥିଲେ ।

 

ଅପାର ସମ୍ଭାବନାର ଏହି ପୃଷ୍ଠଭୂମିରେ ମେଡିଟେକ୍ ଷ୍ଟେକାଥନ୨୦୨୪ ଉଦ୍ୟୋଗମାନଙ୍କୁ ନବାଚାର ଏବଂଆତ୍ମନିର୍ଭରଶୀଳତାର ଅଭୂତପୂର୍ବ ଶୀର୍ଷ ଦିଗରେ ଆଗାମୀଦିଗରେ ନେଇଯିବା ସକାଶେ ହିତଧାରକମାନଙ୍କ ସାମୂହିକବିଶେଷଜ୍ଞାନକୁ ଉପଯୋଗ କରିବା ଦିଗରେ ପ୍ରୟାସ ଜାରିରଖିଛି ।

SS/DD



(Release ID: 2020044) Visitor Counter : 31