ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ (ମାର୍ଚ୍ଚ ୨୧-୨୨, ୨୦୨୪)
प्रविष्टि तिथि:
20 MAR 2024 2:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଭାରତ ଓ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବିନିମୟ ପରମ୍ପରା ଏବଂ ଏହାର ପଡ଼ୋଶୀ ପ୍ରଥମ ନୀତି ଉପରେ ସରକାରଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଗସ୍ତ କରାଯାଇଛି।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକ୍ ଏବଂ ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ସେରିଙ୍ଗ ତୋବଗେ ସହ ମଧ୍ୟ ଆଲୋଚନା କରିବେ ।
ଭାରତ ଏବଂ ଭୁଟାନ ମଧ୍ୟରେ ଏକ ଅନନ୍ୟ ଏବଂ ସ୍ଥାୟୀ ଭାଗିଦାରୀ ରହିଛି ଯାହା ପାରସ୍ପରିକ ବିଶ୍ୱାସ, ବୁଝାମଣା ଏବଂ ସଦ୍ଭାବନା ଉପରେ ଆଧାରିତ। ଆମର ମିଳିତ ଆଧ୍ୟାତ୍ମିକ ଐତିହ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆମର ଅସାଧାରଣ ସମ୍ପର୍କକୁ ଗଭୀରତା ଏବଂ ଜୀବନ୍ତତା ପ୍ରଦାନ କରେ। ଏହି ଗସ୍ତ ଉଭୟ ପକ୍ଷଙ୍କୁ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ମତ ବିନିମୟ କରିବା ଏବଂ ଆମର ଜନସାଧାରଣଙ୍କ ହିତ ପାଇଁ ଆମର ଉଦାହରଣୀୟ ଭାଗିଦାରୀକୁ ବିସ୍ତାର ଏବଂ ତୀବ୍ର କରିବା ର ଉପାୟ ଉପରେ ବିଚାର ବିମର୍ଶ କରିବାର ସୁଯୋଗ ପ୍ରଦାନ କରିବ ।
BS
(रिलीज़ आईडी: 2015845)
आगंतुक पटल : 126
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam