ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି


୨୬.୯୬ କିଲୋମିଟର ରାଜପଥ ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପାଇଁ ପାଇଁ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ

प्रविष्टि तिथि: 27 FEB 2024 3:25PM by PIB Bhubaneswar

ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି, ଦାରିଙ୍ଗିବାଡ଼ି ଘାଟ ସେକ୍ସନ ବର୍ତ୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁ ଗାଡ଼ି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି। ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ବାହନଗୁଡ଼ିକୁ ୫୯ ନମ୍ବର ଜାତୀୟ ରାଜପଥକୁ ଏଡ଼ାଇବାକୁ ହେଉଛି । ବିଶେଷ କରି ଶୀତଦିନେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ବଢ଼ାଇବା ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତ୍ତା ସୁଦୃଢ଼ ହେବ ଏବଂ ୫୯ ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହେବ।

 

*****

P.S.


(रिलीज़ आईडी: 2009528) आगंतुक पटल : 146
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Tamil , Telugu