ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫାଦର ଅମିରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
Posted On:
15 FEB 2024 5:57PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଦୋହା ଠାରେ ଫାଦର ଅମୀର, ମହାମହିମ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କୁ ଭେଟିଛନ୍ତି ।
ଗତ ଦଶନ୍ଧି ମଧ୍ୟରେ କତାରର ବିକାଶ ପାଇଁ ପଥ ପ୍ରଶସ୍ତ କରିଥିବା ତାଙ୍କ ଦୂରଦର୍ଶୀ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ଫାଦର ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉଭୟ ନେତା ଭାରତ-କତାର ସମ୍ପର୍କ ଉପରେ ଆଲୋଚନା କରିଥିଲେ।
ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ଫାଦର ଅମୀରଙ୍କ ଜ୍ଞାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ଭାରତ ଓ କତାର ମଧ୍ୟରେ ଅତୁଟ ସମ୍ପର୍କ ରହିଛି, ଯାହା ପାରସ୍ପରିକ ବିଶ୍ୱାସ ଓ ସହଯୋଗ ଦ୍ୱାରା ପ୍ରତିଫଳିତ ହୋଇଛି ବୋଲି ଫାଦର ଅମୀର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କତାରର ବିକାଶ ଏବଂ ଦ୍ୱିପାକ୍ଷିକ ଭାଗିଦାରୀକୁ ପୋଷଣ କରିବାରେ ଭାରତୀୟ ସମୁଦାୟର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।
BS
(Release ID: 2006436)
Visitor Counter : 88
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam