ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
13 FEB 2024 4:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ଲାଗି ଛାତ ଉପର ସୌର ପ୍ରଣାଳୀ ସ୍ଥାପନ ନିମନ୍ତେ - ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ର ଘୋଷଣା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ୍ କରି ଲେଖିଛନ୍ତି :
‘‘ଦୀର୍ଘସ୍ଥାୟୀ ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆମେ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ଆରମ୍ଭ କରୁଛୁ। ୭୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଏହି ପ୍ରକଳ୍ପ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେଇ ୧ କୋଟି ଘରକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖିଛି ।’’
‘‘ସିଧାସଳଖ ନାଗରିକଙ୍କ ବ୍ୟାଙ୍କ ଏକାଉଣ୍ଟରେ ଜମା ହେବାକୁ ଥିବା ପର୍ଯ୍ୟାପ୍ତ ସବସିଡି ଠାରୁ ଆରମ୍ଭ କରି ବ୍ୟାଙ୍କ ଋଣ ଉପରେ ରିହାତି ପର୍ଯ୍ୟନ୍ତ,ଲୋକଙ୍କ ଉପରେ ଯେପରି ଅଯଥା ଖର୍ଚ୍ଚର ବୋଝ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରିବେ। ସବୁ ଅଂଶୀଦାରଙ୍କୁ ଗୋଟିଏ ଜାତୀୟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏକୀକୃତ କରାଯିବ ।’’
‘‘ଏହି ଯୋଜନାକୁ ତୃଣମୂଳ ସ୍ତରରେ ଲୋକପ୍ରିୟ କରିବା ଲାଗି ସହରାଞ୍ଚଳ ପ୍ରଶାସନ ଏବଂ ପଞ୍ଚାୟତଗୁଡ଼ିକୁ ନିଜ ଅଞ୍ଚଳରେ ଛାତ ଉପରେ ସୌର ପ୍ରଣାଳୀର ବ୍ୟବହାର ପାଇଁ ପ୍ରୋତ୍ସାହିତ କରାଯିବ। ଏଥି ଯୋଗୁଁ ଯୋଜନା ଦ୍ୱାରା ଲୋକମାନଙ୍କୁ ଅଧିକ ଆୟ ହେବ, କମ୍ ବିଦ୍ୟୁତ ବିଲ୍ ମିଳିବ ଏବଂ ରୋଜଗାର ସୃଷ୍ଟି ହେବ।’’
‘‘ଚାଲନ୍ତୁ ସୌର ଶକ୍ତି ଓ ଦୀର୍ଘସ୍ଥାୟୀ ପ୍ରଗତିକୁ ଆଗେଇ ନେବା। https://pmsuryaghar.gov.inରେ ଆବେଦନ କରି 'ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା'କୁ ସୁଦୃଢ଼ କରିବା ଲାଗି ମୁଁ ସମସ୍ତ ଆବାସିକ ଉପଭୋକ୍ତା, ବିଶେଷ କରି ଯୁବପିଢ଼ିଙ୍କୁ ନିବେଦନ କରୁଛି ।’’
******
P.S/Swadhin
(रिलीज़ आईडी: 2005716)
आगंतुक पटल : 236
इस विज्ञप्ति को इन भाषाओं में पढ़ें:
Kannada
,
Bengali
,
English
,
Khasi
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Malayalam
,
Malayalam