କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ୍ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଓମାନ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରକୁ ଅନୁମୋଦନ କରିଛି

Posted On: 24 JAN 2024 6:04PM by PIB Bhubaneshwar

୧୫ ଡିସେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଓମାନ ସାମ୍ରାଜ୍ୟର ପରିବହନ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିବା ବିଷୟରେ ସୂଚନା ଦିଆଯାଇଛି । 

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତି ଓ ସୂଚନାର ଆଦାନପ୍ରଦାନ ଏବଂ ପୁଂଜି ନିବେଶ ମାଧ୍ୟମରେ ସମ୍ବନ୍ଧିତ ପକ୍ଷ ଗୁଡିକ ମଧ୍ୟରେ ବ୍ୟାପକ ସହଯୋଗ ବୃଦ୍ଧି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ । 

ଏହି ବୁଝାମଣାପତ୍ର ସମ୍ବନ୍ଧିତ ପକ୍ଷମାନଙ୍କ ଦ୍ୱାରା ସ୍ୱାକ୍ଷର ହେବା ଦିନ ଠାରୁ କାର୍ଯ୍ୟକାରୀ ହେବ ଏବଂ ୩ ବର୍ଷର ଅବଧି ପର୍ଯ୍ୟନ୍ତ ବଳବତର ରହିବ ।

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ‘ଜିଟୁଜି’ ଏବଂ ‘ବିଟୁବି’ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ ।

ଏହି ବୁଝାମଣାପତ୍ରରେ ଉନ୍ନତ ପାରସ୍ପରିକ ସହଯୋଗର ପରିକଳ୍ପନା କରାଯାଇଛି, ଯାହାଦ୍ୱାରା ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ରୋଜଗାରର ସୁଯୋଗ ବୃଦ୍ଧି ପାଇବ ।

ପୃଷ୍ଠଭୂମି:
ଏମ୍‌ଇଆଇଟିୟାଇକୁ ସହଯୋଗର ଦ୍ୱିପକ୍ଷୀୟ ଏବଂ କ୍ଷେତ୍ରୀୟ ଢାଂଚା ଅଧିନରେ ସୂଚନା ଏବଂ ସଂଚାର ପ୍ରଯୁକ୍ତି (ଆଇସିଟି)ର ଉଦୀୟମାନ ତଥା ଅଗ୍ରଣୀ କ୍ଷେତ୍ର ଗୁଡିକରେ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆଇସିିଟି କ୍ଷେତ୍ରରେ ଦ୍ୱିପକ୍ଷୀୟ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧିି କରିବା ନିମନ୍ତେ ଏମ୍‌ଇଆଇଟିୟାଇ ରାଷ୍ଟ୍ର ସମ ଏବଂ ବହୁପକ୍ଷୀୟ ଏଜେନ୍ସି ଗୁଡିକ ସହିତ ସହଯୋଗ କରିଚାଲିଛି ।

ଏହି ଅବଧି ମଧ୍ୟରେ, ଆସିଟି କ୍ଷେତ୍ରର ସହଯୋଗ ତଥା ସୂଚନା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏମ୍‌ଇଆଇଟିୟାଇ ବିଭିନ୍ନ ଦେଶରୁ ଏହାର ପ୍ରତିପକ୍ଷ ସଂଗଠନ/ଏଜେନ୍ସି ସହିତ ବୁଝାମଣାପତ୍ର/ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହା ଦେଶକୁ ଡିଜିଟାଲ୍ ସଶକ୍ତ ସମାଜ ତଥା ଜ୍ଞାନ ଅର୍ଥବ୍ୟବସ୍ଥାରେ ରୂପାନ୍ତରିତ କରିବା ପାଇଁ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଆଦି ଭାରତ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଅନୁରୂପ ଅଟେ । ଏହି ପରିବର୍ତିତ ବାତାବରଣରେ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟାବସାୟିକ ସୁଯୋଗର ଅନ୍ୱେଷଣ କରିବା, ସର୍ବୋତମ ପ୍ରଥା ଅଥବା ଚାଲିଚଳଣି ଗୁଡିକର ଆଦାନପ୍ରଦାନ ଏବଂ ଡିଜିଟାଲ୍ କ୍ଷେତ୍ରରେ ପୁଂଜି ନିବେଶକୁ ଆକୃଷ୍ଟ କରିବାର ଜରୁରୀ ଆବଶ୍ୟକତା ରହିଛି ।

JP



(Release ID: 1999524) Visitor Counter : 57