ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ କୋଟିଏ ଘରର ଛାତକୁ ମିଳିବ ସୌରଶକ୍ତି

Posted On: 22 JAN 2024 6:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ର ଘୋଷଣା କରିଛନ୍ତି, ଯାହା ଅଧୀନରେ ୧ କୋଟି ପରିବାରର ଛାତରେ ସୌରଶକ୍ତିର ବ୍ୟବସ୍ଥା ରହିବ ।

 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆଜି ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାର ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ମଜଭୁତ ହୋଇଛି ଯେ, ଭାରତର ଲୋକଙ୍କ ଘର ଛାତ ଉପରେ ସେମାନଙ୍କ ନିଜର ସୌରଛାତ ବା ସୋଲାର ରୁଫ୍‌ଟପ୍ ସିଷ୍ଟମ ରହୁ ।

 

ଅଯୋଧ୍ୟା ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ଏହା ନେଇଛି ଯେ, ଆମ ସରକାର ୧ କୋଟି ଘର ଛାତରେ ସୋଲାର ପ୍ୟାନେଲ ଲଗାଇବା ଲକ୍ଷ୍ୟ ସହ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ ।

 

ଏଥିରେ କେବଳ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ବିଜୁଳି ବିଲ୍ କମ୍ ହେବ ନାହିଁ ବରଂ ଭାରତ ଶକ୍ତି କ୍ଷେତ୍ରରେ ବି ଆତ୍ମନିର୍ଭର ହେବ ।’

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସୂର୍ଯ୍ୟବଂଶୀ ଭଗବାନ ଶ୍ରୀ ରାମଙ୍କ ଆଲୋକରେ ବିଶ୍ୱର ସମସ୍ତ ଭକ୍ତ ସବୁବେଳେ ଶକ୍ତି ପ୍ରାପ୍ତ କରିଥାନ୍ତି ।

 

ଆଜି ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାର ଶୁଭ ଅବସରରେ ମୋର ଏହି ସଂକଳ୍ପ ଆହୁରି ଦୃଢ଼ ହୋଇଛି ଯେ, ଭାରତର ଲୋକେ ନିଜ ଘରର ଛାତରେ ନିଜସ୍ୱ ସୋଲର ରୁଫ୍ ଟପ୍ ସିଷ୍ଟମ ପାଇବେ ।

 

ଅଯୋଧ୍ୟାରୁ ଫେରିବା ପରେ ମୁଁ ନେଇଥିବା ପ୍ରଥମ ନିଷ୍ପତ୍ତି ହେଉଛି, ଆମ ସରକାର ୧ କୋଟି ଘରର ଛାତରେ ସୋଲାର ଲଗାଇବା ଲକ୍ଷ୍ୟ ସହ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ ।

 

ଏହାଦ୍ୱାରା କେବଳ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ବିଜୁଳି ବିଲ୍ କମ୍ ହେବ ନାହିଁ ବରଂ ଭାରତ ଶକ୍ତି କ୍ଷେତ୍ରରେ ବି ଆତ୍ମନିର୍ଭର ହେବ ।’

         

 SR



(Release ID: 1998832) Visitor Counter : 74