ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ବିଷ୍ଣୁ ଦେଓ ସାଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଅରୁଣ ସାଓ ଏବଂ ଶ୍ରୀ ବିଜୟ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
13 DEC 2023 6:10PM by PIB Bhubaneshwar
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଷ୍ଣୁ ଦେଓ ସାଇଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ଶ୍ରୀ ଅରୁଣ ସାଓ ଏବଂ ଶ୍ରୀ ବିଜୟ ଶର୍ମାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି;
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବା ଅବସରରେ ବିଷ୍ଣୁ ଦେବ ସାୟ ଜି ଏବଂ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଏ ଜି ଏବଂ ବିଜୟ ଶର୍ମା ଜିଙ୍କୁ ବହୁତ ବହୁତ ଶୁଭ କାମନା! ମୋର ଏହା ଦୃଢ଼ ବିଶ୍ବାସ ଯେ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଏହି ରାଜ୍ୟରେ ଭାଜପା ସରକାର ଜନ ଅଭିଳାଷକୁ ପୂରଣ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା କରିବ। ରାଜ୍ୟବାସୀଙ୍କ ଜୀବନରେ ସମୃଦ୍ଧି ଓ ଖୁସି ଆଣିବା ପାଇଁ ଡବଲ୍ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରତିବଦ୍ଧ ଅଟନ୍ତି। @vishnudsai @ArunSao3”
BS
(रिलीज़ आईडी: 1991227)
आगंतुक पटल : 94
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam