ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକ ତୁମକୁରର ମୁକେଶ କୁମାର ନିଯୁକ୍ତି ଖୋଜୁଥିବା ଲୋକରୁ ନିଯୁକ୍ତିଦାତା ପାଲଟିଛନ୍ତି


ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ତୁମକୁରର ଘରୋଇ ଉପକରଣ ଦୋକାନର ମାଲିକ ଏବଂ ବିବିଏସୱାଇ ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କଲେ

‘ସରକାର ଯୁବକ ମାନଙ୍କର ସହାୟତା କରିବା ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ’

Posted On: 09 DEC 2023 2:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି ।

କର୍ଣ୍ଣାଟକର ତୁମକୁରର ଘରୋଇ ଉପକରଣର ଏକ ଦୋକାନର ମାଲିକ ଏବଂ ବିବିଏସୱାଇର ହିତାଧିକାରୀ ଶ୍ରୀ ମୁକେଶଙ୍କ ସହ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ପିଏମ ମୁଦ୍ରା ଯୋଜନା ମାଧ୍ୟମରେ ମିଳିଥିବା 4.5 ଲକ୍ଷ ଟଙ୍କାର ଋଣର ଲାଭ ଉଠାଇବା ବିଷୟରେ ଜଣାଇଲେ । ଶ୍ରୀ ମୁକେଶ ବର୍ତମାନ ତିନି ଜଣ ଲୋକଙ୍କୁ ରୋଜଗାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥାକୁ ନେଇ ପ୍ରସନ୍ନତା ବ୍ୟକ୍ତ କଲେ ଯେ ଶ୍ରୀ ମୁକେଶ ଚାକିରୀ ଖୋଜୁଥିବା ଲୋକ ବଦଳରେ ଏବେ ଚାକିରୀ ନିଯୁକ୍ତିଦାତା ହୋଇ ଯାଇଛନ୍ତି । ସେ ଋଣର ଉପଲବ୍ଧତାରେ କିପରି ସହଜ ହୋଇ ପାରିବ ସେ ସମ୍ପର୍କରେ ମଧ୍ୟ ପଚାରିଲେ ।

ଶ୍ରୀ ମୁକେଶ ପ୍ରଧାନମନ୍ତ୍ରୀଙ୍କର ଏକ ସାମାଜିକ ଗଣମାଧ୍ୟମର ପୋଷ୍ଟ ସମ୍ପର୍କରେ କହି ଥିଲେ ଯେ, ତାଙ୍କୁ ମୁଦ୍ରା ଋଣ ଏବଂ ବ୍ୟାଙ୍କ ଦ୍ୱାରା ତାଙ୍କର ଆବଶ୍ୟକତାର ଅନୁରୂପ ସୂଚାରୁ ରୂପେ ଋଣ ସମ୍ପର୍କିତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ବିଷୟରେ ସୂଚନା ମିଳିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ମୁକେଶଙ୍କୁ ଆଜିର 50 ପ୍ରତିଶତ ଡିଜିଟାଲ କାରବାର ତୁଳନାରେ ସମ୍ପୂର୍ଣ୍ଣ ଭାବେ ୟୁପିଆଇ ଏବଂ ଡିଜିଟାଲ କାରବାରର ସୁବିଧାକୁ ଆପଣାଇବାର ପରାମର୍ଶ ଦେଲେ କାରଣ ଏହା ଦ୍ୱାରା ବ୍ୟାଙ୍କ ତରଫରୁ ଅଧିକ ନିବେଶ କରିବା ଲାଗି ଅର୍ଥ ପାଇବା ନିମନ୍ତେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ ଏହି ତଥ୍ୟ ସଂପର୍କରେ ସୂଚନା ଦେଇ କହିଲେ ଯେ ଶ୍ରୀ ମୁକେଶ ଭାରତର ଯୁବକମାନଙ୍କର ଦୃଢ଼ତା ଏବଂ ସଂକଳ୍ପଶକ୍ତିର ହେଉଛନ୍ତି ଏକ ଉଦାହରଣ, ସେ ନା କେବଳ ଚାକିରୀ ପାଇଁ ଇଚ୍ଛା କରିଛନ୍ତି ବରଂ ରୋଜଗାର ମଧ୍ୟ ସୃଷ୍ଟି କରଛନ୍ତି । ସେ ରାଷ୍ଟ୍ରର ଯୁବକମାନଙ୍କର ସହାୟତା କରିବା ପାଇଁ ସରକାରଙ୍କର ପ୍ରତିବଦ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

  *****

AH



(Release ID: 1984701) Visitor Counter : 51