ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଷ୍ଟାର୍ଟଅପ୍ କନକ୍ଲେଭ୍ ୨୦୨୩ର ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭାରତୀୟ ଉଦ୍ୟୋଗୀଙ୍କ ଉପାୟ, କଳ୍ପନା ଶକ୍ତି ଏବଂ ଉଦ୍ଭାବନ ଏକ ଅଧିକ ଦୀର୍ଘସ୍ଥାୟୀ, ସମୃଦ୍ଧ ଏବଂ ସମାନତାପୂର୍ଣ୍ଣ ବିଶ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିବ : ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On: 07 DEC 2023 4:16PM by PIB Bhubaneshwar

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଗାନ୍ଧୀନଗରରେ ଷ୍ଟାର୍ଟଅପ୍ କନକ୍ଲେଭ ୨୦୨୩ର ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହା ହେଉଛି ଭାଇବ୍ରେଣ୍ଟ ଗୁଜରାଟ ୨୦୨୪ ଶିଖର ସମ୍ମିଳନୀର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସେ ବିଶିଷ୍ଟ ଭେଞ୍ଚର କ୍ୟାପିଟାଲିଷ୍ଟ, ୟୁନିକର୍ଣ୍ଣ, ନିବେଶକ, ଗ୍ଲୋବାଲ ଏକ୍ସିଲେଟର ଏବଂ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତର ଉଦ୍ୟୋଗୀମାନେ ବାରମ୍ବାର ଆଶାତୀତ ଉପଲବ୍ଧି ହାସଲ କରି ନିଜ ସାମର୍ଥ୍ୟର ପ୍ରମାଣ ଦେଇଛନ୍ତି । ସେମାନଙ୍କର ଉପାୟ, କଳ୍ପନା ଶକ୍ତି ଏବଂ ଉଦ୍ଭାବନ ଏକ ଅଧିକ ଦୀର୍ଘସ୍ଥାୟୀ, ସମୃଦ୍ଧ ଏବଂ ସମାନତାପୂର୍ଣ୍ଣ ବିଶ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୀତି ଭାରତକୁ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି ।

ଭାଇବ୍ରେଣ୍ଟ ଗୁଜରାଟ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, (ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ)ଙ୍କ ନେତୃତ୍ୱରେ ୨୦୦୩ ମସିହାରେ ପରିକଳ୍ପନା କରାଯାଇଥିଲା । ଗୁଜରାଟ ସରକାରଙ୍କ ଶିକ୍ଷା ବିଭାଗ ଷ୍ଟାର୍ଟଅପ୍ ଇଣ୍ଡିଆ-ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସହଯୋଗରେ; ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଭାରତ ସରକାର (ଏମଇଆଇଟିୱାଇ); ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି) ପକ୍ଷରୁ ଆଜି ଗୁଜରାଟର ଗାନ୍ଧୀନଗରଠାରେ ଭାଇବ୍ରେଣ୍ଟ ଗୁଜରାଟ ୨୦୨୪ ଶିଖର ସମ୍ମିଳନୀର ପ୍ରାକ୍‌ କାର୍ଯ୍ୟକ୍ରମ ଭାବେ ଷ୍ଟାର୍ଟଅପ୍ କନକ୍ଲେଭ ୨୦୨୩ର ଆୟୋଜନ କରାଯାଇଛି । ଷ୍ଟାର୍ଟଅପ୍ କନକ୍ଲେଭ୍ ୨୦୨୩ ଷ୍ଟାର୍ଟଅପ୍ ନିବେଶକ, ଏଞ୍ଜେଲ ନେଟୱାର୍କ, ଶିଳ୍ପ ନେତୃବର୍ଗ ଏବଂ ଗ୍ଲୋବାଲ ଏକ୍ସେଲେରେଟର୍ସମାନଙ୍କର ଏକ ପ୍ରଭାବଶାଳୀ ନେଟୱର୍କକୁ ବିଚାର ଏବଂ ଅସୀମ ସମ୍ଭାବନାର ଆକର୍ଷଣୀୟ ବିନିମୟ ପାଇଁ ଏକାଠି କରିବ ।

*****

P.S.

 



(Release ID: 1983769) Visitor Counter : 50