ପ୍ରତିରକ୍ଷା ମନ୍ତ୍ରଣାଳୟ
ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ସଶସ୍ତ୍ର ବଳର ପରିଚାଳନା କ୍ଷମତା ବୃଦ୍ଧି ପାଇଁ 2.23 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରିଛି
ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ 98 ପ୍ରତିଶତ ରାଶି ଘରୋଇ ଉଦ୍ୟୋଗ ଗୁଡିକରୁ ସଂଗ୍ରହ କରାଯିବ
ହାଲ୍ ଠାରୁ ହାଲୁକା ଲଢୁଆ ହେଲିକପ୍ଟର ଏବଂ ହାଲୁକା ଲଢୁଆ ବିମାନ MK 1Aର କ୍ରୟକୁ ମଞ୍ଜୁରୀ ମିଳିଛି
ଭୁପୃଷ୍ଠ ପ୍ଲାଟଫର୍ମରୁ ମଧ୍ୟମ ଦୂରଗାମୀ ଜାହାଜ ପ୍ରତିରୋଧୀ କ୍ଷେପଣାସ୍ତ୍ରକୁ ଭାରତୀୟ ନୌସେନା ଅନୁମୋଦନ କରିଛି
ଭାରତୀୟ ଫିଲ୍ଡ ଗନ୍ ସ୍ଥାନରେ ଟାୱାର ଗନ୍ ବ୍ୟବସ୍ଥା ଅଧିଗ୍ରହଣ ପାଇଁ ମଞ୍ଜୁରୀ ମିଳିଛି
Posted On:
30 NOV 2023 4:13PM by PIB Bhubaneshwar
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ 30 ନଭେମ୍ବର 2023ରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ସଶସ୍ତ୍ର ବଳର ପରିଚାଳନା କ୍ଷମତା ବୃଦ୍ଧି ପାଇଁ 2.23 ଲକ୍ଷ କୋଟି ଟଙ୍କାର ବିଭିନ୍ନ ପୁଞ୍ଜିଗତ ଅଧିଗ୍ରହଣ ପ୍ରସ୍ତାବ ପାଇଁ ଆବଶ୍ୟକ ଅନୁମୋଦନ(ଏଓଏନ) ସମ୍ବନ୍ଧରେ ମଞ୍ଜୁରୀ ପ୍ରଦାନ କରିଛି । ଏହି ପ୍ରସ୍ତବରେ 2.20 ଲକ୍ଷ କୋଟି ଟଙ୍କା (ମୋଟ ଏଓଏନ ରାଶିର 98 ପ୍ରତିଶତ) ଅର୍ଥ ଘରୋଇ ଉଦ୍ୟୋଗ ଗୁଡିକରୁ ସଂଗ୍ରହ କରାଯିବ । ଏହାଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ବହୁତ ପ୍ରୋତ୍ସାହନ ମିଳିବ ।
ଡିଏସି ଦୁଇ ପ୍ରକାରର ଟ୍ୟାଙ୍କ ପ୍ରତିରୋଧକାରୀ ଯୁଦ୍ଧ ସାମଗ୍ରୀ, ଏରିଆ ଡେନିୟାଲ ମ୍ୟୁନିଶନ(ଏଡିଏମ) ଟାଇପ-2 ଏବଂ ଟାଇପ-3ର କ୍ରୟ ପାଇଁ ଏଓଏନକୁ ମଞ୍ଜୁରୀ ପ୍ରଦାନ କରିଛି, ଯାହା ଟ୍ୟାଙ୍କ ପ୍ରତିରୋଧ ଏବଂ ଶତ୍ରୁ ପକ୍ଷକୁ ନିରସ୍ତ୍ର କରିବାରେ ସଶସ୍ତ୍ର ସେନାର ଦକ୍ଷତା ବୃଦ୍ଧିରେ ସହାୟକ ହେବ । ନିଜର ସେବା ସମାପ୍ତ କରି ସାରିଥିବା ଭାରତୀୟ ଫିଲ୍ଡ ଗନ୍ (ଆଇଏଫଜି)କୁ ବଦଳାଇ ଏଓଏନ ଅତ୍ୟାଧୁନିକ ଟାୱାର ଗନ୍ ବ୍ୟବସ୍ଥା(ଟିଜିଏସ) ଅଧିଗ୍ରହଣ ପାଇଁ ମଞ୍ଜୁରୀ ଦେଇଛି ଯାହା ଭାରତୀୟ ସେନାର ଆର୍ଟିଲାରୀ ବଳର ମୁଖ୍ୟ ଆଧାର ପାଲଟିବ । 155 ମିଲିମିଟର ଆର୍ଟିଲରି ବନ୍ଧୁକରେ ବ୍ୟବହାର ପାଇଁ 155 ମିମି ନବୁଲେସ୍ ପ୍ରୋଜେକ୍ଟାଇଲ ପାଇଁ ମଧ୍ୟ ଏଓଏନ ମଧ୍ୟ ଅନୁମୋଦନ କରାଯାଇଛି, ଯାହା ପ୍ରୋଜେକ୍ଟାଇଲ ଘାତକତା ଏବଂ ନିରାପତ୍ତାକୁ ବୃଦ୍ଧି କରିବ। ଭାରତୀୟ ସେନାର ଏହି ଉପକରଣର ବାଇ ବା ବିୟୁୱାଇ (ଭାରତୀୟ-ଆଇଡିଡିଏମ) ବର୍ଗରେ କ୍ରୟ କରାଯିବ।
ବାଇ (ଭାରତ) ବର୍ଗ ଅନ୍ତର୍ଗତ ଟି -90 ଟ୍ୟାଙ୍କ ପାଇଁ ଅଟୋମେଟିକ୍ ଟାର୍ଗେଟ୍ ଟ୍ରାକର୍ (ଏଟିଟି) ଏବଂ ଡିଜିଟାଲ୍ ବେସାଲ୍ଟିକ୍ କମ୍ପ୍ୟୁଟର (ଡିବିସି) କ୍ରୟ ପାଇଁ ଏଓଏନ ଅନୁମୋଦନ ଦେଇଛି ଯାହା ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟଫର୍ମ ଉପରେ ଟି -90 ଟ୍ୟାଙ୍କର ଯୁଦ୍ଧ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବ। ବାଇ (ଭାରତୀୟ-ଆଇଡିଡିଏମ) ବର୍ଗ ଅନ୍ତର୍ଗତ ଭାରତୀୟ ନୌସେନାର ପୃଷ୍ଠଭୂମି ପାଇଁ ମଧ୍ୟମ ରେଞ୍ଜ କ୍ଷେପଣାସ୍ତ୍ର ବିରୋଧୀ ଜାହାଜ ମାରସାମ (MRASHM) କ୍ରୟ ପାଇଁ ଏଓଏନକୁ ମଞ୍ଜୁରୀ ଦିଆଯାଇଛି । ମାରସାମକୁ ହାଲୁକା ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ଭାବରେ କଳ୍ପନା କରାଯାଇଛି, ଯାହା ଭାରତୀୟ ନୌ ଜାହାଜରେ ଏକ ପ୍ରାଥମିକ ଆକ୍ରମଣାତ୍ମକ ଅସ୍ତ୍ର ହେବ।
ଏଥିସହ, ଭାରତୀୟ ବାୟୁସେନା (ଆଇଏଏଫ) ପାଇଁ ହାଲୁକା ଯୁଦ୍ଧ ହେଲିକପ୍ଟର (ଏଲସିଏଚ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରୁ ବାୟୁସେନା ପାଇଁ ଡିଏସି ବାଇ (ଭାରତୀୟ-ଆଇଡିଡିଏମ)କୁ ଏଓଏନ ଅନୁମୋଦନ କରିଛି । ହାଲରୁ ସୁଖୋଇ-30 MKI ବିମାନର ସ୍ୱଦେଶୀ ନିର୍ମାଣ ପାଇଁ ଡିଏସି ଏଓଏନକୁ ମଞ୍ଜୁରୀ ଦେଇଛି । ଏହି ସରଞ୍ଜାମ କ୍ରୟ ଭାରତୀୟ ବାୟୁସେନାକୁ ଅପାର ଶକ୍ତି ଯୋଗାଇବ, ଏହି ଅଧିଗ୍ରହଣ ଘରୋଇ ପ୍ରତିରକ୍ଷା ଶିଳ୍ପଗୁଡିକର କ୍ଷମତାକୁ ମଧ୍ୟ ନୂତନ ଶିଖରକୁ ନେଇଯିବ। ଏହା ମଧ୍ୟ ବିଦେଶୀ ଉପକରଣ ଉତ୍ପାଦନକାରୀ (ଓଇଏମ) ଉପରେ ନିର୍ଭରଶୀଳତାକୁ ବହୁ ପରିମାଣରେ ହ୍ରାସ କରିବ।
ଏହାବ୍ୟତୀତ, ସ୍ୱଦେଶୀ ଜ୍ଞାନ କୌଶଳକୁ ସର୍ବାଧିକ କରିବାକୁ, ଡିଏସି ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି) 2020ରେ ଏକ ପ୍ରମୁଖ ସଂଶୋଧନକୁ ଅନୁମୋଦନ ଦେଇଛି । ଏହା ସ୍ଥିର ହୋଇଛି ଯେ ବର୍ତ୍ତମାନଠାରୁ ସମସ୍ତ ବର୍ଗର କ୍ରୟ ମାମଲାରେ ସର୍ବନିମ୍ନ 50 ପ୍ରତିଶତ କ୍ରୟ ସାମଗ୍ରୀ, ଉପାଦାନ ଏବଂ ସଫ୍ଟୱେୟାର ଆକାରରେ ସ୍ୱଦେଶୀ ଉପାଦାନ ହେବ ଯାହା ଭାରତରେ ଉତ୍ପାଦିତ ହେବ। ସ୍ୱଦେଶୀ ଉପକରଣ ସହିତ ତୁଳନା କରିବା ଉଦ୍ଦେଶ୍ୟରେ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତିନାମା (AMC)/ ବିସ୍ତୃତ ରକ୍ଷଣାବେକ୍ଷଣ ଚୁକ୍ତିନାମା (CMC)/ ବିକ୍ରୟ ସେବା ମୂଲ୍ୟ ଏହାଠାରୁ ଭିନ୍ନ ହେବ । ପ୍ରତିରକ୍ଷା ଇକୋସିଷ୍ଟମରେ ଷ୍ଟାର୍ଟ ଅପ୍ / ଏମ୍ଏସ୍ଏମ୍ଇଗୁଡିକର ଅଂଶଗ୍ରହଣକୁ ଅଧିକ ଉତ୍ସାହିତ କରିବାକୁ ଡିଏସି ନିଷ୍ପତ୍ତି ନେଇଛି। ପଞ୍ଜୀକୃତ ଏମଏସଏମଇ ଏବଂ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟ ଅପଗୁଡିକ ଏଓଏନର ସମସ୍ତ କ୍ରୟ ମାମଲା ପାଇଁ 300 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ମାନଦଣ୍ଡ କୌଣସି ସର୍ତ୍ତ ବିନା ଅନୁରୋଧ ପାଇଁ ପ୍ରସ୍ତାବ (ଆରଏଫପି) ଲାଗି ବିଚାର କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ବୋର୍ଡର ଅନୁମୋଦନ ପରେ କେସ୍-ଟୁ-କେସ୍ ଆଧାରରେ ଏହା ଏଓଏନ ମୂଲ୍ୟ 500 କୋଟି ଟଙ୍କା ପର୍ଯ୍ୟନ୍ତ ଛାଡି ଦିଆଯାଇ ପାରେ।
*****
AH
(Release ID: 1981391)