ଖଣି ମନ୍ତ୍ରଣାଳୟ
ଅକ୍ଟୋବର ସୁଦ୍ଧା ଘରୋଇ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନରେ ୮.୮% ବୃଦ୍ଧି
ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫% ହ୍ରାସ ପାଇଛି
ପୋଷ୍ଟ: ୨୯ ନଭେମ୍ବର ୨୦୨୩ ଅପରାହ୍ନ ୪:୩୨ ପିଆଇବି ଦିଲ୍ଲୀ
ପୋଷ୍ଟ କରାଯିବା ଦିନାଙ୍କ:
29 NOV 2023 4:32PM by PIB Bhubaneswar
ବାର୍ଷିକ ବିଦ୍ୟୁତ ଚାହିଦା ପ୍ରାୟ ୪.୭% ବୃଦ୍ଧି ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବରେ ସ୍ଥାନ ପାଇଛି । ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତରେ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ର ସମାନ ସମୟ ତୁଳନାରେ ୮.୧୮% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ-ଅକ୍ଟୋବର ୨୩ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୧୧.୧୬% ବୃଦ୍ଧି ଘଟିଛି, ଯେଉଁଥିପାଇଁ ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି, ବିଳମ୍ବିତ ମୌସୁମୀ ଏବଂ କୋଭିଡ୍ ପରେ ସମ୍ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି।
ଅକ୍ଟୋବର ୨୦୨୩ ସୁଦ୍ଧାଘରୋଇ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ୬୮୬.୭ ବିଲିୟନ ୟୁନିଟ୍ (ବିୟୁ)ରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ଅବଧିରେ ଉତ୍ପାଦନ ହୋଇଥିବା ୬୩୦.୭ ବିଲିୟନ ୟୁନିଟ୍ (ବିୟୁ) ତୁଳନାରେ ୮.୮୮% ବୃଦ୍ଧି ହୋଇଥିବା ଦର୍ଶାଉଛି।
ବିଦ୍ୟୁତ ଚାହିଦା ବୃଦ୍ଧି ସତ୍ତ୍ୱେ, ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫୭% ହ୍ରାସ ପାଇ ଅକ୍ଟୋବର'୨୩ ସୁଦ୍ଧା ୧୩.୫୭ ନିୟୁତ ଟନ୍ ରେ ପହଞ୍ଚିଛି, ଯାହା ଗତବର୍ଷ ଏହି ଅବଧିରେ ୨୫.୪ ମେଟ୍ରିକ ଟନ୍ ଥିଲା। ଏହି କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ସାମଗ୍ରିକ କୋଇଲା ଆମଦାନୀକୁ ହ୍ରାସ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି।
କୋଇଲା ଉତ୍ପାଦନ କୁ ଆହୁରି ବଢ଼ାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଉପଲବ୍ଧତା ବୃଦ୍ଧି କରିବା ଏବଂ ଆମଦାନୀ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରିବା, ଯାହା ଦ୍ୱାରା ବୈଦେଶିକ ଭଣ୍ଡାରକୁ ସୁରକ୍ଷିତ ରଖାଯାଇପାରିବ ।
*************
NS/MB
(ରିଲିଜ ଆଡି: 1981035)
ପରିଦର୍ଶକ କାଉଣ୍ଟର : 131