ଉପରାଷ୍ଟ୍ରପତିଙ୍କ ସଚିବାଳୟ

ଉପରାଷ୍ଟ୍ରପତି ୨୭ ନଭେମ୍ବର ୨୦୨୩ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତରେ ଯିବେ


ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ-'ଆତ୍ମକଲ୍ୟାଣ ଦିବସ' ଉତ୍ସବରେ ଅଂଶଗ୍ରହଣ କରିବେ

Posted On: 25 NOV 2023 9:26AM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ୨୭ ନଭେମ୍ବର, ୨୦୨୩ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ ।

ରାଜ୍ୟର ତାଙ୍କ ଏକଦିବସୀୟ ଗସ୍ତ ଅବସରରେ, ଶ୍ରୀ ଧନଖଡ଼ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏହି ଅବସରରେ, ଉପରାଷ୍ଟ୍ରପତି ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଭିତ୍ତିଚିତ୍ରର ଉନ୍ମୋଚନ ମଧ୍ୟ କରିବେ।

 

**********

NS/MB



(Release ID: 1979891) Visitor Counter : 52