ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ରେ ଆୟୁଷ୍ମାନ ଭବ ସ୍ୱାସ୍ଥ୍ୟ ମଣ୍ଡପ ପରିଦର୍ଶନ କରିଛନ୍ତି


ଡକ୍ଟର ମାଣ୍ଡଭିୟ ଅନେକ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଛନ୍ତି ଏବଂ ମୂଲ୍ୟବାନ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବାରେ ସକ୍ଷମ ହେବା ପାଇଁ ଆୟୁଷ୍ମାନ କାର୍ଡ ପାଇବାକୁ ଅନୁରୋଧ କରନ୍ତି

प्रविष्टि तिथि: 20 NOV 2023 4:28PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ଆଜି ପ୍ରଗତି ମଇଦାନରେ ଆୟୋଜିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆୟୁଷ୍ମାନ ଭବ ସ୍ୱାସ୍ଥ୍ୟ ମଣ୍ଡପ ପରିଦର୍ଶନ କରିଛନ୍ତି। ଚଳିତ ବର୍ଷ ର ବାଣିଜ୍ୟ ମେଳାର ବିଷୟବସ୍ତୁ ହେଉଛି "ବସୁଧୈବ କୁଟୁମ୍ବକମ୍, ୟୁନାଇଟେଡ୍ ବାଇ ଟ୍ରେଡ୍", ଅଟେ ତଥା ସ୍ୱାସ୍ଥ୍ୟ ମଣ୍ଡପର ବିଷୟବସ୍ତୁ ହେଉଛି "ଆୟୁଷ୍ମାନ ଭବ"।

ଡକ୍ଟର ମାଣ୍ଡଭିୟ ସ୍ବାସ୍ଥ୍ୟ ମଣ୍ଡପରେ ଥିବା ସରକାରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏବଂ ଯୋଜନାଗୁଡ଼ିକୁ ପ୍ରଦର୍ଶିତ କରୁଥିବା ବିଭିନ୍ନ ଷ୍ଟଲ୍ ଓ ବୁଥ୍ ପରିଦର୍ଶନ କରିଛନ୍ତି, ନୁକ୍କଡ଼ ନାଟକ, ଖେଳ, ପ୍ରଶ୍ନୋତ୍ତର ଜ୍ବାରା ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ଏବଂ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଭାଗୀୟ ପ୍ରତିନିଧିମାନଙ୍କର ପ୍ରଶଂସା କରିଥିଲେ।

ମଣ୍ଡପର ପରିଦର୍ଶନ କରିବା ସମୟରେ ମନ୍ତ୍ରୀୟ ମହୋଦୟ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଷ୍ଟଲରେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବୁଥ୍ ପରିଦର୍ଶନ କରିବା ସମୟରେ ଡ. ମାଣ୍ଡଭିୟ ଜନସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଥିବା ସେବା ଏବଂ ସୂଚନା ବିଷୟରେ ଆଲୋକପାତ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଷ୍ଟଲରେ ସେ ହିତାଧିକାରୀମାନଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଡଗୁଡ଼ିକ ଗରିବ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବାରେ ଶେଷ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜନ ଔଷଧି ଷ୍ଟଲର ପରିଦର୍ଶନ କରିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ। ସେ ଲୋକମାନଙ୍କୁ ସାରା ଦେଶରେ ମିଳୁଥିବା ଏହି ଦୋକାନରୁ ଜେନେରିକ ଔଷଧ କିଣିବାକୁ ଅନୁରୋଧ କରିଥିଲେ ।

ଡ. ମାଣ୍ଡଭିୟ ଆଦିବାସୀ ଷ୍ଟଲ ମଧ୍ୟ ପରିଦର୍ଶନ କରି ବିଭିନ୍ନ ରାଜ୍ୟରୁ ବୁଣା ଓ କପଡ଼ାର ପ୍ରଚାର ପ୍ରସାର ପାଇଁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନ୍ତ୍ରୀ ଅଙ୍କିତା ବୁନ୍ଦେଲାଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

***********

NS/MB


(रिलीज़ आईडी: 1978410) आगंतुक पटल : 102
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Punjabi