ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଝାଡ଼ଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
15 NOV 2023 9:09AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ପ୍ରତିଷ୍ଠା ଦିବସରେ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ଝାଡ଼ଖଣ୍ଡ ଏହାର ଖଣିଜ ସମ୍ପଦ, ଆଦିବାସୀ ସମାଜର ସାହସିକତା ଏବଂ ସ୍ୱାଭିମାନ ପାଇଁ ପ୍ରସିଦ୍ଧ । ଦେଶର ପ୍ରଗତିରେ ଝାଡ଼ଖଣ୍ଡ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ ଝାଡ଼ଖଣ୍ଡ ଏହାର ଖଣିଜ ସମ୍ପଦ, ଆଦିବାସୀ ସମାଜର ସାହସିକତା ଏବଂ ସ୍ୱାଭିମାନ ପାଇଁ ସୁପ୍ରସିଦ୍ଧ । ଏଠାକାର ମୋର ପରିବାରଜନ ଦେଶର ଉନ୍ନତିରେ ନିଜ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ରାଜ୍ୟର ପ୍ରତିଷ୍ଠା ଦିବସରେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।’
SR
(Release ID: 1977051)
Visitor Counter : 90
Read this release in:
Kannada
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam