ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସରକାରୀ ଯୋଜନା ଦୀପାବଳିରେ ପ୍ରତ୍ୟେକ ପରିବାରରେ ଖୁସି ଆଣିଛି: ପ୍ରଧାନମନ୍ତ୍ରୀ

Posted On: 10 NOV 2023 3:03PM by PIB Bhubaneshwar

ଅନେକ ସରକାରୀ ଯୋଜନା ଦୀପାବଳୀରେ ପ୍ରତ୍ୟେକ ପରିବାର ପାଇଁ ଖୁସି ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ।

 

ପିଏମ୍ ଆବାସ ଯୋଜନ, ଉଜ୍ଜ୍ୱଳା ଯୋଜନା, ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ର ମୁଦ୍ରା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ୟୁପିଆଇ ଡିଜିଟାଲ ପେମେଣ୍ଟସ୍ , ଷ୍ଟାର୍ଟଅପ୍ ଇଣ୍ଡିଆ ଆଦି ଯୋଜନାଗୁଡ଼ିକର ଲାଭ ବାବଦରେ ମାଇଗଭଇଣ୍ଡିଆ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି ।

 

ମାଇଗଭଇଣ୍ଡିଆର ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମୁଁ ବେଶ୍ ସନ୍ତୁଷ୍ଟ ଯେ ଦୀପାବଳି ଉତ୍ସବ ଅବସରରେ ଜନକଲ୍ୟାଣର ଆମ ଯୋଜନାଗୁଡ଼ିକ ଦ୍ୱାରା ଦେଶର ସବୁ ଘର ଆଲୋକିତ ହୋଇଛି । #ଭୋକାଲଫରଲୋକାଲ’

 

 SR



(Release ID: 1976690) Visitor Counter : 66