ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

୨୦୨୩ ନଭେମ୍ବର ୧ରୁ ମୁକ୍ତ ବଜାର ବିକ୍ରି (ଓଏମ୍‌ଏସ୍‌) ଯୋଜନା (ଘରୋଇ) ମାଧ୍ୟମରେ ନିଲାମ ଡକାଳୀ ୨୦୦ମେଟ୍ରିକ ଟନ୍ ଗହମ ସରକାରଙ୍କଠାରୁ କିଣିପାରିବେ


ପ୍ରତି ଇ-ନିଲାମ ପିଛା ଗହମର ପରିମାଣକୁ ସରକାର ଦୁଇ ମେଟ୍ରିକ ଟନ୍‌ରୁ ୩ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି କଲେ

ଗହମର ବେଆଇନ ମହଯୁଦ ଓ କଳାବଜାରକୁ ରୋକିବା ପାଇଁ ୧୬୨୭ ସ୍ଥାନରେ ତନଖି

Posted On: 27 OCT 2023 2:18PM by PIB Bhubaneshwar

 ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ତଥା ଏହାର ମୂଲ୍ୟକୁ ସ୍ଥିର ରଖିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୩ ନଭେମ୍ବର ଏକ ତାରିଖରୁ ଘରୋଇ ମୁକ୍ତ ବଜାର ବିକ୍ରି ଯୋଜନାରେ ନିଲାମଡକାଳୀ(ବିଡର)ସରକାରଙ୍କଠାରୁ ୨୦୦ ମେଟ୍ରିକ ଟନ୍ ଗହମ କିଣିପାରିବେ । ଆଗରୁ ଏହି ଯୋଜନାରେ ସର୍ବାଧିକ ୧୦୦ ମେଟ୍ରିକ ଟନ୍ ଗହମ ନିଲାମର ବ୍ୟବସ୍ଥା ଥିଲା । ଏବେ  ସରକାର ଏହାକୁ ୨୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବଫର ଷ୍ଟକରୁ ଏହି ଗହମ ସରକାର ନିଲାମ କରିବେ । ସର୍ବାଧିକ କ୍ରୟ ମୂଲ୍ୟ ଡାକରା ଦେଇଥିବା ନିଲାମଧାରୀ ସମ୍ପୃକ୍ତ ଗ୍ରହମ କିଣିବାରେ ସୁଯୋଗ ପାଇବେ । ସେହିଭଳି ସମଗ୍ର ଦେଶ ପାଇଁ ଗହମର ଇ-ଅକ୍‌ସନ (ନିଲାମ) ପରିମାଣ ପୂର୍ବରୁ ୨ଲକ୍ଷ ମେଟ୍ରିକ ଟନଥିଲା । ଏବେ ଏହାକୁ ସରକାର ୩ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି ।

ବଜାରରେ ଗହମ, ଅଟା, ଚାଉଳ ଆଦିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି । ଏଥିପାଇଁ ପ୍ରତି ସପ୍ତାହରେ ଚାଉଳ ଓ ଗହମର ଇ-ନିଲାମ ବ୍ୟବସ୍ଥା କରାଯାଇଛି । ୨୦୨୩-୨୪ରେ ଅଷ୍ଟାଦଶ ଇ-ନିଲାମ ଚଳିତମାସ (ଅକ୍ଟୋବର )୨୬ ତାରିଖରେ କରାଯାଇଥିଲା । ଏଥିରେ ଦେଶର ୪୪୪ ଡିପୋରୁ୨.୦୧ ଲକ୍ଷ ମେଟ୍ରିକ ଟନ୍ ଗହମ ନିଲାମ କରାଯାଇଛି ।

 ଏହି ଇ-ନିଲାମରେ ୨୭୬୩ ଗହମ କିଣିବାକୁ ତାଲିକାଭୁକ୍ତ କ୍ରେତା ସାମିଲ ହୋଇଥିଲେ । ଏଥିରେ ୨୩୧୮ ସଫଳ ବିଡରଙ୍କୁ ୧. ୯୨ ଲକ୍ଷ ମେଟ୍ରିକ ଟନ୍ ଗହମ ବିକ୍ରି କରାଯାଇଛି ।

ସାଧାରଣ ଉତ୍ତମ ମାନ (ଏଫଏକ୍ୟୁ) ଗହମର ବିକ୍ରିମୂଲ୍ୟ କୁଇଣ୍ଟାଲ ପିଛା ୨୨୫୧ ଟଙ୍କା ୫୭ ପଇସା ଥିଲା । ତେବେ ଏହାର ସଂରକ୍ଷିତ ମୂଲ୍ୟ ରଖାଯାଇଥିଲା ୨୧୫୦ ଟଙ୍କା । ସେହିଭଳି ନିର୍ଦ୍ଦିଷ୍ଟ ମାନଠାରୁ କମ୍ ମାନ ଥିବା ଗହମ (ୟୁଆର୍‌ଏସ୍‌)ର କୁଇଣ୍ଟାଲ ପିଛା ସର୍ବଭାରତୀୟ ହାରାହାରୀ ବିକ୍ରିମୂଲ୍ୟ ୨୧୨୫ଟଙ୍କା ଧାର୍ଯ୍ୟ କରାଥିବାବେଳେ ଏହା ୨୩୧୭ ଟଙ୍କା ୮୫ ପଇସାରେ ନିଲାମ ହୋଇଛି ।

 ବ୍ୟବସାୟୀମାନଙ୍କୁ ଗହମର ମୁକ୍ତ ବଜାର ବିକ୍ରି ଯୋଜନା  ଓଏମ୍‌ଏସ୍‌ଏମ‌(ଡି)ର ପରିସରରୁ ବାହାରେ ରଖାଯାଇଛି । ସେମାନଙ୍କୁ ବେଆଇନ ମହଜୁଦ ଓ କଳାବଜାରୀରୁ  ଦୂରେଇ ରଖିବାକୁ ନିୟମିତ ତନଖି ଷ୍ଟକ୍ ଚେକ୍ କରାଯାଉଛି । ଯେଉଁମାନେ ଇ-ନିଲାମରେ ଗହମ କିଣୁଛନ୍ତି ସେମାନଙ୍କ ଅଟାକଳ ଓ ଗୋଦାମର ତନଖି ନିୟମିତ ହେଉଛି । ୨୦୨୩ ଅକ୍ଟୋବର ୨୬ ସୁଦ୍ଧା ୧୬୨୭ସ୍ଥାନରେ ଏଭଳି ତନଖି କରାଯାଇଛି ।

*****

TKM/SLP



(Release ID: 1972336) Visitor Counter : 79


Read this release in: Hindi , English , Urdu , Telugu