ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ


ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ପିଏମ୍ ଶ୍ରୀ ସ୍କୁଲ ଉତ୍କୃଷ୍ଟତାର ପ୍ରତୀକ ହେବ - ଧର୍ମେନ୍ଦ୍ର ପ୍ରଧାନ

ହରିୟାଣା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨୪ଟି ପିଏମ ଶ୍ରୀ ସ୍କୁଲ ଉତ୍ସର୍ଗୀକୃତ

ହରିୟାଣାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ “ସର୍ବ ଶିକ୍ଷା ଅଭିଯାନ- ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ” ଠାରୁ ଆରମ୍ଭ କରି ମୋଦି ସରକାରରେ “ପିଏମ ଶ୍ରୀସ୍କୁଲ”ର ବିକଶିତ କରାଯାଉଛି

ଏହା ଦ୍ୱାରା ବିଦ୍ୟାଳୟ ଶିକ୍ଷାର କ୍ଷମତା ବଢିବ ଓ ପିଲାମାନେ ଲାଭାନ୍ୱିତ ହେବେ

ନୂଆ ଶିକ୍ଷା ନୀତିରେ ବାଲବାଟିକା ମାଧ୍ୟମରେ ଖେଳକୁଦ ଓ ବିଭିନ୍ନ ଆକ୍ଟିଭିଟି ଜରିଆରେ ପାଠପଢା, ମାତୃଭାଷା ଓ ଦକ୍ଷତା ଆଧାରିତ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ

Posted On: 25 OCT 2023 7:00PM by PIB Bhubaneshwar

ହରିୟାଣାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ତଥା ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜ୍ୟର ଲୋକମାନଙ୍କୁ ବିଜୟା ଦଶମୀର ଉପହାର । ପିଏମ୍ ଶ୍ରୀସ୍କୁଲ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ଉତ୍କୃଷ୍ଟତାର ପ୍ରତୀକ ହେବ ବୋଲି ଆଜି ପ୍ରଥମ ପର୍ଯ୍ୟାୟରେ ହରିୟାଣାରେ ୧୨୪ଟି ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଆଧାରରେ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହରିୟାଣାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିର ଦ୍ୱାରା ପରିକଳ୍ପିତ ବିଦ୍ୟାଳୟ ଶିକ୍ଷାକୁ ଭାଇବ୍ରେଣ୍ଟ କରିବା ପାଇଁ ହରିୟାଣା ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଉପକ୍ରମ ଏବଂ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ସ୍କିଲ୍ ଆଧାରିତ, ଜନ ଜୀବନ ସଂସ୍କୃତି ଏବଂ ମାତୃଭାଷା ଆଧାରିତ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ପିଏମ ଶ୍ରୀ ସ୍କୁଲ ଉତ୍କୃଷ୍ଟତାର ପ୍ରତୀକ ହେବ । ଏହି ସ୍କୁଲର ଶୁଭାରମ୍ଭ ଦ୍ୱାରା ହରିୟାଣାରେ ବିଦ୍ୟାଳୟ ଶିକ୍ଷାର କ୍ଷମତା ବଢିବ ଓ ହରିୟାଣାର ପିଲାମାନେ ଲାଭାନ୍ୱିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ପାଇଁ ଆର୍ଥିକ ବ୍ୟୟବରାଦ ମଧ୍ୟ କରିଥିଲେ । ଆଜି ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଅଣାଯାଉଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ- ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ ଠାରୁ ଆରମ୍ଭ କରି ମୋଦି ସରକାରରେ ପିଏମ ଶ୍ରୀସ୍କୁଲର ବିକଶିତ କରାଯାଉଛି । ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା଼ ନୀତି ପ୍ରଣୟନ କରାଯାଇଛି । ନୂଆ ଶିକ୍ଷା ନୀତିରେ ବିଶେଷତଃ ତିନୋଟି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ ଓ ବିଭିନ୍ନ ଆକ୍ଟିଭିଟି ଜରିଆରେ ପାଠପଢା, ପାଠ ପଢିବାର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟତଃ ଦକ୍ଷତା ଆଧାରିତ ଶିକ୍ଷାକୁ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ କନଓ୍ୱର୍ ପାଲ୍ ଓ ଲୋକସଭା ସାଂସଦ ଡା. ଅରବିନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

RoM



(Release ID: 1971131) Visitor Counter : 83


Read this release in: English , Urdu , Hindi , Punjabi