ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ୨୬ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି


ଆୟୁଷ୍ମାନ ଆପ୍ ବ୍ୟବହାର କରି ହିତାଧିକାରୀମାନେ ସେମାନଙ୍କ ମୋବାଇଲ୍ ଫୋନ୍ ରୁ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ

ଆୟୁଷ୍ମାନ ଆପ୍ ୧୩ ସେପ୍ଟେମ୍ବର ୨୦୨୩ରେ ଶୁଭାରମ୍ଭ ହେବା ପରଠାରୁ ୨୬ ଲକ୍ଷ ଡାଉନଲୋଡ୍ ହୋଇଛି

प्रविष्टि तिथि: 20 OCT 2023 4:55PM by PIB Bhubaneshwar

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ - ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ୧୯ ଅକ୍ଟୋବର ୨୦୨୩ରେ ସମଗ୍ର ଦେଶରେ ୨୬ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ୧୨ କୋଟି ହିତାଧିକାରୀ ପରିବାରକୁ ଦ୍ବିତୀୟ ଓ ତୃତୀୟ ସ୍ତରୀୟ ଚିକିତ୍ସା ନିମନ୍ତେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି।

ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ଅଧୀନରେ ଆୟୁଷ୍ମାନ କାର୍ଡ ସୃଷ୍ଟିହେଉଛି ସବୁଠାରୁ ମୌଳିକ କାର୍ଯ୍ୟକଳାପ ଏବଂ ଏହି ଯୋଜନା ଅନ୍ତର୍ଗତପ୍ରତ୍ୟେକ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଥିବା ସୁନିଶ୍ଚିତ କରିବା ପାଇଁନିରନ୍ତର ପ୍ରୟାସ ଜାରି ରହିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେପରିପୂର୍ଣ୍ଣତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆୟୁଷ୍ମାନ ଭବ ଅଭିଯାନଅଧୀନରେ ଏହା ଏକ ପ୍ରମୁଖ କାର୍ଯ୍ୟକଳାପ।୧୩ ସେପ୍ଟେମ୍ବର ୨୦୨୩ ରେଅଭିଯାନ ଆରମ୍ଭ ହେବା ପରଠାରୁ, ଏନଏଚଏ ର ଆଇଟି ପ୍ଲାଟଫର୍ମରେ୧.୫ କୋଟିରୁ 1.5 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଅନୁରୋଧସଫଳତାର ସହ ଗ୍ରହଣ କରାଯାଇଛି। ଅକ୍ଟୋବର 23 ମାସରେ, ୧୯ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ୮୬ ଲକ୍ଷ ଆୟୁଷ୍ମାନ କାର୍ଡ ସୃଷ୍ଟିକରାଯାଇଛି।

ଭାରତର ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ପାଇଁ ଏନଏଚଏ ଆୟୁଷ୍ମାନ କାର୍ଡ ନିର୍ମାଣ ପାଇଁ 'ଆୟୁଷ୍ମାନ ଆପ୍' ଶୁଭାରମ୍ଭ କରିଛି। ଏହି ଆପରେ ସେଲ୍ଫ ଭେରିଫିକେସନର ଏକ ନିଆରା ଫିଚର ରହିଛି। ସରଳ ୪ ଟି ପର୍ଯ୍ୟାୟରେ ଏହି ଫିଚର ଦ୍ୱାରା ୟୁଜର୍ସ କୌଣସି କାର୍ଡ କ୍ରିଏସନ୍ ସେଣ୍ଟରକୁ ନଯାଇ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏହାବ୍ୟତୀତ ଯେ କୌଣସି ବ୍ୟକ୍ତି ଆୟୁଷ୍ମାନ କାର୍ଡ ତିଆରି କରିବାରେ ହିତାଧିକାରୀଙ୍କୁ ସାହାଯ୍ୟ କରିପାରିବେ। ତେଣୁ ଆୟୁଷ୍ମାନ ଆପ୍ ଜନଭାଗିଦାରୀକୁ ସକ୍ଷମ କରିଥାଏ। ୧୩ ସେପ୍ଟେମ୍ବର, ୨୦୨୩ରେ ଏହି ଆପ୍ ଲଞ୍ଚ ହେବା ପରଠାରୁ ଏହି ଆପକୁ ୨୬ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଥିବାରୁ ଏହି ଆପ୍ଲିକେସନ୍ ର ସଫଳତାକୁ ଜଣା ଯାଇପାରୁଛି। 

ଆଜି ଆୟୁଷ୍ମାନ କାର୍ଡ ସମାନତା, ଅଧିକାର ଏବଂ ସଶକ୍ତୀକରଣର ପ୍ରତୀକ ପାଲଟିଛି । ଏହା ଗରିବ ଓ ବଞ୍ଚିତ ପରିବାରକୁ ଆଶ୍ୱାସନା ଦେଇଥାଏ ଯେ ସେମାନେ ରୋଗର ଏହି ଜଟିଳ ପରିସ୍ଥିତିରେ ଏବଂ ଏହାର ଚିକିତ୍ସା ପାଇଁ ହୋଇଥିବା ବିପର୍ଯ୍ୟୟଜନକ ଖର୍ଚ୍ଚର ପ୍ରଭାବରୁ ରକ୍ଷା ପାଇବେ । ଏହି ତଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯେପରି ଆୟୁଷ୍ମାନ କାର୍ଡ ରହିବ ସେଥିପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି।

୪ କୋଟି ଆୟୁଷ୍ମାନ କାର୍ଡ ସହ ଉତ୍ତରପ୍ରଦେଶ ସର୍ବାଧିକ ଆୟୁଷ୍ମାନ କାର୍ଡ ଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଯଥାକ୍ରମେ ୩.୬୯ କୋଟି ଏବଂ ୨.୦୪ କୋଟି ଆୟୁଷ୍ମାନ କାର୍ଡ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ୪୯ ପ୍ରତିଶତ ଆୟୁଷ୍ମାନ କାର୍ଡ ମହିଳା ହିତାଧିକାରୀଙ୍କ ପାଖରେ ରହିବା ଅତ୍ୟନ୍ତ ସନ୍ତୋଷର ବିଷୟ।

ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ୭୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫.୭ କୋଟି ଲୋକଙ୍କର ଡାକ୍ତରଖାନାରେ ସଫଳତାର ସହ ଭର୍ତ୍ତି କରାଇଛି। ଫଳରେ ଗରିବ ଓ ବଞ୍ଚିତ ପରିବାରର ପକେଟ୍ ଖର୍ଚ୍ଚରୁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି। 

ଏଠାରେ ଉପଲବ୍ଧ ସ୍କିମ୍ ବିଷୟରେ ଅଧିକ ବିସ୍ତୃତ ଅପଡେଟ୍ ପ୍ରଦାନ କରାଯାଇଛି: https://dashboard.pmjay.gov.in/pmj/#/

 

BS

 


(रिलीज़ आईडी: 1969592) आगंतुक पटल : 234
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Gujarati