ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବର୍ଷକ ମଧ୍ୟରେ ଆଭାଭିତ୍ତିକ ସ୍କାନ ଓ ସେୟାର ସର୍ଭିସ ଜରିଆରେ ଏକ କୋଟି ଓପିଡି ଟୋକନ ସୃଷ୍ଟି


ଡିଜିଟାଲ ବହିର୍ବିଭାଗ ରୋଗୀ ପଞ୍ଜୀକରଣ କାର୍ଯ୍ୟସୂଚୀ କରିବାରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ ଜମ୍ମୁ ଏବଂ କଶ୍ମୀର ଆଗରେ

ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଓ) ସ୍କାନ ଓ ସେୟାର ଭଳି ପଦ୍ଧତି ଆପଣାଇ ନାଗରିକମାନଙ୍କୁ ପ୍ରଯୁକ୍ତିଭିତ୍ତିକ ସ୍ୱାସ୍ଥ୍ୟ ଯତ୍ନ ସେବା ଦେବାକୁ ବିଚାର କରୁଛନ୍ତି

Posted On: 10 OCT 2023 11:27AM by PIB Bhubaneshwar

ଏବିଏଚଏଭିତ୍ତିକ ସ୍କାନ ଓ ସେୟାର ସର୍ଭିସ ଉପଯୋଗ କରି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଏ) ଏକ କୋଟି ଟୋକନ ବହିର୍ବିଭାଗ ପଞ୍ଜୀକରଣ କରିଛନ୍ତି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ଅଧୀନରେ ଅକ୍ଟୋବର ୨୦୨୨ରେ ଆରମ୍ଭ କରାଯାଇଥିବା ଏହି କାଗଜବିହୀନ ସେବାରେ ବହିରାଗତ ରୋଗୀକୁ ବିଭାଗର ପଞ୍ଜୀକରଣ ସ୍ଥାନରେ ଥିବା କ୍ୟୁଆର କୋଡକୁ ସ୍କାନ କରି ସେମାନଙ୍କ ଆଭା ମୁଖମଣ୍ଡଳ ପାଶ୍ୱର୍ ଦୃଶ୍ୟକୁ ତତକ୍ଷଣାତ ପଞ୍ଜୀକରଣ ନିମନ୍ତେ ସେୟାର କରିବାକୁ ହୋଇଥାଏ । ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୧୯ଟି ଜିଲ୍ଲାରେ ୨୬୦୦ ଚିକିତ୍ସା ସୁବିଧା ସ୍ଥାନରେ ଏହି ସେବା ବର୍ତ୍ତମାନ ସକ୍ରିୟ ରହିଛି ।

ଫାଟକ ନିକଟରେ ରୋଗୀଙ୍କ ଲମ୍ବାଧାଡି ସମସ୍ୟାରୁ ମୁକ୍ତ ଲାଗି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବର୍ତ୍ତମାନ ଏହି ସ୍କାନ ଓ ସେୟାର ସେବା ପଦ୍ଧତି ଆପଣାଇଛନ୍ତି । ଏବିଡିଏମ ପବ୍ଲିକ ଡ୍ୟାସବୋର୍ଡର ପରିସଂଖ୍ୟାନ (https://dashboard.abdm.gov.in/abdm/ ଅନୁସାରେ ଦିଲ୍ଲୀ, ଭୋପାଳ ଓ ରାୟପୁର ଏମ୍ସରେ ଏହାର ସର୍ବାଧିକ ପ୍ରୟୋଗ ହେଉଛି । ଏଥିରେ ଉତ୍ତର ପ୍ରଦେଶର ପ୍ରଥମ ପନ୍ଦର ହସ୍ପିଟାଲ ମଧ୍ୟରୁ ନଅଟି ରହିଛି । ଏବିଏଚଓ ଭିତ୍ତିକ ସ୍କାନ ଓ ସେୟାର ସର୍ଭିସ ଜରିଆରେ ଉତ୍ତର ପ୍ରଦେଶ ପଛକୁ କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର ଏବଂ ଦିଲ୍ଲୀରେ ସର୍ବାଧିକ ବହିର୍ବିଭାଗ ଟୋକନ କରାଯାଉଛି । ସ୍କାନ ଓ ସେୟାର ସର୍ଭିସରେ ଏମ୍ସ ନୂଆଦିଲ୍ଲୀ, ଏସଆରଏନ ହସ୍ପିଟାଲ ପ୍ରୟାଗରାଜ ଓ ଏମ୍ସ ରାୟପୁର ଆଗୁଆ ଅଛନ୍ତି ।

ଏ ପ୍ରକାର ଡିଜିଟାଲ ସେବାର ଗୁରୁତ୍ୱ ଉପରେ ଏନଏଚଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବିଡିଏମ ସ୍ୱାସ୍ଥ୍ୟଯତ୍ନ ପ୍ରଦାନରେ ସୁବିଧା ଓ କାର୍ଯ୍ୟଦକ୍ଷତା ବଢ଼ାଉଛି । ସ୍କାନ ଓ ସେୟାର ସର୍ଭିସ ଯୋଗୁ ଓପିଡି କାଉଣ୍ଟରରେ ଏହି ସରଳ ପ୍ରଯୁକ୍ତି ପ୍ରୟୋଗ ଦ୍ୱାରା ଦୈନନ୍ଦିନ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ରୋଗୀମାନେ ଠିଆ ହୋଇ ଅଯଥା ଅପଚୟ ଘଟୁଥିବା ସମୟ ବଞ୍ଚାଯାଇ ପାରୁଛି । ରୋଗୀମାନଙ୍କୁ ଏ ଧାଡ଼ି ବ୍ୟବସ୍ଥାଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ପରେ ବର୍ତ୍ତମାନ ଆମେ ଏହି ସୁବିଧା ଫାର୍ମାସୀ ଓ ପରୀକ୍ଷାଗାର କାଉଣ୍ଟରଗୁଡ଼ିକୁ ମଧ୍ୟ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରୁଛୁ । ପ୍ରଯୁକ୍ତିବିଦ୍ୟାର ପ୍ରୟୋଗର ଉଦେଶ୍ୟ ହେଉଛଇ ବୟସ୍କ ରୋଗୀ ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ନାଗରିକଙ୍କୁ ସହାୟତାର ହାତ ବଢ଼ାଇବା । ଆଭା-ଭିତ୍ତିକ ପଞ୍ଜୀକରଣ ରୋଗୀମାନଙ୍କୁ ସେମାନଙ୍କ ଡିଜିଟାଲ ଔଷଧ ବ୍ୟବସ୍ଥା ପତ୍ର, ଫାର୍ମାସୀ ଚିଠା ଓ ନିଦାନ ରିପୋର୍ଟ ମଧ୍ୟ ପାଇବାରେ ସହାୟକ ହେବ ।”

ସ୍କାନ ଓ ସର୍ଭିସକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ହସ୍ପିଟାଲ ଓ ଡିଜିଟାଲ ସଲ୍ୟୁସନ କମ୍ପାନ (ଡିଏସସି) ସେମାନଙ୍କ ପ୍ରଯୁକ୍ତିବିଦ୍ୟା ସ୍ୱାସ୍ଥ୍ୟ ସୁବିଧା ପ୍ରତି ସମ୍ପ୍ରସାରଣ କରୁଛନ୍ତି । ଏବିଡିଏମର ଡିଜିଟାଲ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ସେବା ଜରିଆରେ ଏନଏଚଏ ମଧ୍ୟ ସ୍କାନ ଓ ସେୟାର ନେବା ଦେବା ପାଇଁ ପ୍ରୋତ୍ସାହନ ଦେଉଛି । ଡିଏଚଆଇଏସ ସମ୍ପର୍କରେ ଅଧିକ ବିବରଣୀ https://abdm.gov.in/DHISରୁ ମିଳିପାରିବ ।

**********

SM/MB



(Release ID: 1966466) Visitor Counter : 137