ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ବଡ଼ ଭାବିବା ଏବଂ ସମାଜର ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ


ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ୍ ଇକୋନୋମିକ୍ସର ୨୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ

ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ବିଦ୍ୟାର୍ଥୀ ସମ୍ମାନ ସମାରୋହ’ରେ ହେଲେ ସାମିଲ

ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ବଢାଇବା ଜରୁରୀ

ବିକାଶ, ଅଭିବୃଦ୍ଧି, ଅର୍ଥନୀତି ଏବଂ ସମାଜର ମୂଳ ଉତ୍ସ ହେଉଛି ଜ୍ଞାନ

ଭାରତୀୟଙ୍କ ଉପରେ ବିଶ୍ୱର ଦାୟିତ୍ୱ ରହିଛି ଏବଂ ସେମାନଙ୍କ କାର୍ଯ୍ୟ ସମଗ୍ର ବିଶ୍ୱ ପାଇଁ ହେବା ଉଚିତ୍

ସାବିତ୍ରୀବାଇ ଫୁଲେ ପୁଣେ ବିଦ୍ୟାପୀଠ ମନକୁ ପ୍ରଭାବିତ କରିବାର ବିଶ୍ୱବିଦ୍ୟାଳୟ

ଭାରତୀୟ ସଭ୍ୟତାକୁ ଦିଗଦର୍ଶନ ଦେବାରେ ପୁଣେର ଅଗ୍ରଣୀ ଭୂମିକା ରହିଛି

Posted On: 07 OCT 2023 4:36PM by PIB Bhubaneshwar

ଦେଶର ପ୍ରତିଭାସମ୍ପନ୍ନ ଯୁବଶକ୍ତିଙ୍କ ପାଇଁ ଆସନ୍ତା ୨୫ ବର୍ଷ ଅମୃତ କାଳ ମଧ୍ୟରେ ଭାରତ ସବୁଠାରୁ ଅଧିକ ହାପେନିଂ ପ୍ଲେସ ହେବା ପାଇଁ ଯାଉଛି । ତେଣୁ ବଡ଼ ଭାବିବା ସହ ସମାଜର ଆକାଂକ୍ଷା ତଥା ବିଶ୍ୱର ଦାୟିତ୍ୱ ପୂରଣ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ଶନିବାର ପୁଣେ ସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ୍ ଇକୋନୋମିକ୍ସ(ଜିଆଇ)ର ୨୯ତମ ସମାବର୍ତ୍ତନ ସମାରୋହରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ଅବସରରେ ଶ୍ରୀ ପ୍ରଧାନ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦକ୍ଷତା ଓ ଲାଇଫ୍ ସ୍କିଲ୍ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପ୍ରୋତ୍ସାହିତ କରିଥିଲେ । ସେ କହିଛନ୍ତି ଏକବିଂଶ ଶତାବ୍ଦୀ ଏକ ଜ୍ଞାନ ଆଧାରିତ ସମାଜ ହେବାକୁ ଯାଉଛି । ଏଥିରେ ବିକାଶ, ଅଭିବୃଦ୍ଧି, ଅର୍ଥନୀତି ଏବଂ ସମାଜର ମୂଳ ଉତ୍ସ ହେବ ଜ୍ଞାନ । ଭାରତୀୟଙ୍କ ଉପରେ ଏବେ ବିଶ୍ୱର ଦାୟିତ୍ୱ ରହିଛି ଏବଂ ସେମାନଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ସମଗ୍ର ବିଶ୍ୱ ପାଇଁ ରହିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପ୍ରଧାନ ଭାରତୀୟ ସମ୍ବିଧାନ ପ୍ରଣୟନ ସମୟରେ ଏହି ଶିକ୍ଷାଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ସ୍ୱାଧୀନତା ପରବର୍ତ୍ତୀ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ ।  

ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ବିଦ୍ୟାର୍ଥୀ ସମ୍ମାନ ସମାରୋହ’ରେ ଯୋଗଦେଇଥିଲେ । ଶ୍ରୀ ପ୍ରଧାନ ପୁଣେ ସହରର ମହତ୍ୱ ଉପରେ ଆଲୋଚନା କରିବା ସହ କହିଥିଲେ ସାବିତ୍ରୀବାଇ ଫୁଲେ ପୁଣେ ବିଦ୍ୟାପୀଠ ମନକୁ ପ୍ରଭାବିତ କରିବାର ବିଶ୍ୱବିଦ୍ୟାଳୟ । ଭାରତୀୟ ସଭ୍ୟତାକୁ ଦିଗଦର୍ଶନ ଦେବାରେ ପୁଣେର ଅଗ୍ରଣୀ ଭୂମିକା ରହିଥିବା ବେଳେ ଏହାର ପେଣ୍ଠସ୍ଥଳୀ ଥିଲା ଏହି ବିଶ୍ୱବିଦ୍ୟାଳୟ । ସମାଜରେ କ୍ରାନ୍ତି ସ୍ଥାପିତ କରୁଥିବା ପୁଣେ ବିଦ୍ୟାପୀଠର ମହାପୁରୁଷଙ୍କ ସମ୍ମାନ ସମାରୋହରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ । ଶିଳ୍ପ, ଶିକ୍ଷାନୁଷ୍ଠାନ, ନୀତି ସଂସ୍କାରକକୁ ଏକ ସଙ୍ଗରେ ଆଣି ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ମହାଶକ୍ତି ଭାବରେ ଏହି ଅନୁଷ୍ଠାନ ପରିଣତ କରିବା ଉଦ୍ୟମ ପ୍ରଶଂସନୀୟ । ଆଜି ଭାରତ ନେତୃତ୍ୱ ଆଧାରିତ ମଡେଲରୁ ଉଭା ହେଉଥିବା ଅର୍ଥନୀତିକୁ ବହୁତ ଅପେକ୍ଷା ରହିଛି । ପୁଣେରେ ଏହି ଅପେକ୍ଷାକୁ ପୂରଣ କରିବାର ସାମର୍ଥ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

RoM


(Release ID: 1965551) Visitor Counter : 81