କ୍ୟାବିନେଟ
(୧) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩ (୨) ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩ (୩) ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 4:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ସମ୍ବିଧାନର ଧାରା ୨୪୦ ଅଧୀନରେ (୧) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩ (୨) ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩ (୩) ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩; ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩; ଏବଂ ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ; ଏବଂ ଲାକ୍ଷାଦ୍ୱୀପ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ପରିସରରେ ଭଡ଼ା ପାଇଁ ଉଭୟ ଘର ମାଲିକ ଏବଂ ଭଡ଼ାଟିଆଙ୍କ ସ୍ୱାର୍ଥ ଏବଂ ଅଧିକାରର ସନ୍ତୁଳନ କରି ଏକ ଉତ୍ତରଦାୟୀ ଏବଂ ସ୍ୱଚ୍ଛ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ ।
ଏହି ନିୟମ ଭଡ଼ା ବଜାରରେ ଘରୋଇ ନିବେଶ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ, ପ୍ରବାସୀ, ଆନୁଷ୍ଠାନିକ ଏବଂ ଅନୌପଚାରିକ କ୍ଷେତ୍ରର କର୍ମଚାରୀ, ପେଶାଦାର, ଛାତ୍ର ଇତ୍ୟାଦିଙ୍କ ସମେତ ସମାଜର ବିଭିନ୍ନ ଆୟବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ଭଡ଼ା ଆବାସ ଭଣ୍ଡାର ସୃଷ୍ଟି କରିବ; ଏହା ଗୁଣାତ୍ମକ ଭଡ଼ା ଆବାସର ଉପଲବ୍ଧତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ; ଏବଂ ଭଡ଼ା ଗୃହ ବଜାରର ଧୀରେ ଧୀରେ ଆନୁଷ୍ଠାନିକୀକରଣ ହେବ ଯାହା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଏବଂ ଲାକ୍ଷାଦ୍ୱୀପରେ ଏକ ସ୍ଫୁର୍ତ୍ତିଶୀଳ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଭଡ଼ା ଗୃହ ବଜାର ସୃଷ୍ଟି କରିବ ।
*****
SSP
(ରିଲିଜ ଆଡି: 1964385)
ପରିଦର୍ଶକ କାଉଣ୍ଟର : 179
ଏହି ରିଲିଜ ପଢନ୍ତୁ :
Gujarati
,
Marathi
,
Assamese
,
Manipuri
,
Telugu
,
Kannada
,
Bengali
,
English
,
Urdu
,
हिन्दी
,
Punjabi
,
Tamil
,
Malayalam