ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀ ଠାରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ


‘ସ୍ୱଚ୍ଛ ଭାରତ’କୁ ଜନଆନ୍ଦୋଳନ ରୂପ ଦେବାର ଅନନ୍ୟ ପ୍ରୟାସ- ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ସବୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭାଗିଦାରୀରେ ସ୍ୱଚ୍ଛ ରଖିବା ପାଇଁ ଆହ୍ୱାନ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶ ସ୍ୱଚ୍ଛତା ପାଇଁ ନିଜର ଶ୍ରମଦାନ ରଖି ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି

ଯେତେବେଳେ ସାମାଜିକ ଶକ୍ତି ଏକାଠି ହୋଇ ସମାଜ ପାଇଁ ନିଜର ସାମୂହିକ ଶକ୍ତି ଦେଖାଇବ ନାହିଁ ତେବେ ସମାଜର ବିକାଶ ହୋଇପାରିବ ନାହିଁ

Posted On: 01 OCT 2023 2:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସର ଡକ୍ଟର ଜିସି ନାରଙ୍ଗ ମାର୍ଗ ଓ ଶ୍ରେୟା ମିଶ୍ର ମାର୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତା ପାଇଁ ୧ ଘଣ୍ଟାର ସାମୂହିକ ଶ୍ରମଦାନ କରିଛନ୍ତି ।

ଏହି ଅଭିଯାନରେ ସାମିଲ ହୋଇଥିବା ନାଗରିକଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ସ୍ୱଚ୍ଛତା ପାଇଁ ନିଜର ଶ୍ରମଦାନ ରଖୁଛି । ଆସନ୍ତାକାଲି ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ବାପୁଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହେବ । ଏହି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଦେଶର ନାଗରିକଙ୍କୁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବା ପାଇଁ ଆହ୍ୱାନ କରିଥିଲେ । ଏହି କ୍ରମରେ ନାଗରିକମାନେ ନିଜର ଶ୍ରମଦାନ ରଖି ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତକୁ ଜନଆନ୍ଦୋଳନ ରୂପ ଦେବାର ଅନନ୍ୟ ପ୍ରୟାସ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଜୀ କେବଳ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ଜଣେ ସମାଜ ପ୍ରେରକ, ସମାଜ ସୁଧାରକ, ଚିନ୍ତାନାୟକ ମଧ୍ୟ । ଯେତେବେଳେ ସାମାଜିକ ଶକ୍ତି ଏକାଠି ହୋଇ ସମାଜ ପାଇଁ ନିଜର ସାମୂହିକ ଶକ୍ତି ଦେଖାଇବ ନାହିଁ ତେବେ ସମାଜର ବିକାଶ ହୋଇପାରିବ ନାହିଁ । ଆଗାମୀ ଦିନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭାଗିଦାରୀରେ ସ୍ୱଚ୍ଛ ରଖିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

RoM


(Release ID: 1962689) Visitor Counter : 111


Read this release in: English , Urdu , Marathi , Hindi