ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ସ୍କ୍ୱାସ୍ ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2023 6:15PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସ୍କ୍ୱାସ୍ ପୁରୁଷ ଟିମର ସୌରଭ ଘୋଷାଲ, ଅଭୟ ସିଂ, ହରିନ୍ଦର ସାନ୍ଧୁ ଏବଂ ମହେଶ ମାଙ୍ଗାଓକରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ଚମତ୍କାର ବିଜୟ  ଏବଂ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଆମ ସ୍କ୍ୱାସ୍ ପୁରୁଷ ଟିମ୍‌ର ପ୍ରତିଭାବାନ ସୌରଭ ଘୋଷାଲ, ଅଭୟ ସିଂ, ହରିନ୍ଦର ସାନ୍ଧୁ ଏବଂ ମହେଶ ମାଙ୍ଗାଓକରଙ୍କୁ ଅଭିନନ୍ଦନ । ଏହି ପ୍ରଦର୍ଶନ ଯୁବ ଆଥଲେଟମାନଙ୍କୁ କ୍ରୀଡ଼ାରେ ଆଗକୁ ବଢ଼ିବା ଏବଂ ଉତ୍କୃଷ୍ଟତା ହାସଲ କରିବା ପାଇଁ ପ୍ରେରିତ କରିବ । ଭାରତ ବହୁତ ଖୁସି ।’

 

SR


(ରିଲିଜ ଆଡି: 1962573) ପରିଦର୍ଶକ କାଉଣ୍ଟର : 134