କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍ ୮୦୦ ମେଗାୱାଟ ପାଇଁ ଗ୍ରିଡକୋ ଲିମିଟେଡ ସହ ବିଦ୍ୟୁତ କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 1:35PM by PIB Bhubaneswar

କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ - ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ - ୨ରେ ୪୦୦ ମେଗାୱାଟ ପାଇଁ ଭୁବନେଶ୍ୱର ଗ୍ରୀଡକୋ ଲିମିଟେଡ ଠାରେ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହିତ ଏନ୍‌ଏଲ୍‌ସିଆଇଏଲ୍ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ -୧ ର ୨୪୦୦ ମେଗାୱାଟର ସମ୍ପୂର୍ଣ୍ଣ କ୍ଷମତାକୁ ଅନୁବନ୍ଧିତ କରିଛି ।

ଏନଏଲସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏମ୍ ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଏବଂ ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ୱାଇଁଙ୍କ ଉପସ୍ଥିତିରେ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ / ଏମ୍ ଭେଙ୍କଟଚାଲମ୍ ଏବଂ ଶ୍ରୀ. ଉମାକାନ୍ତ ସାହୁ, ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଟି ଆଣ୍ଡ ବିଡି) ବିଦ୍ୟୁତ କ୍ରୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଏନଏଲସିଆଇଏଲ ଅତୀତରେ ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀ ସହିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ - ୧ରୁ ଯଥାକ୍ରମେ ୧୫୦୦ ମେଗାୱାଟ, ୪୦୦ ମେଗାୱାଟ ଏବଂ ୧୦୦ ମେଗାୱାଟ ବିଦ୍ୟୁତ ଯୋଗାଣ ପାଇଁ ଅନୁରୂପ ଚୁକ୍ତି ସ୍ୱାକ୍ଷର କରିସାରିଛି ଏବଂ ଏନଟିଟିପିପିର ୧ x ୮୦୦ ମେଗାୱାଟର ଦ୍ୱିତୀୟ ପର୍ଯ୍ୟାୟରେ ୪୦୦ ମେଗାୱାଟ ପାଇଁ ବର୍ତ୍ତମାନ ଗ୍ରୀଡକୋ ଓଡ଼ିଶା ସହିତ ଚୁକ୍ତି ହୋଇଛି ।

**

SSP

 

 

 


(ରିଲିଜ ଆଡି: 1962227) ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ : Kannada , English , Urdu , हिन्दी , Tamil