ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ମେରି ମାଟି ମେରା ଦେଶ ଅଭିଯାନ ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି - ଅନୁରାଗ ସିଂହ ଠାକୁର


ମୁମ୍ବାଇ ଠାରେ ନେହରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଅମୃତ କଳସ ଯାତ୍ରାକୁ କେନ୍ଦ୍ର ସୂଚନା ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି

प्रविष्टि तिथि: 15 SEP 2023 5:19PM by PIB Bhubaneswar

କେନ୍ଦ୍ର ସୂଚନା ପ୍ରସାରଣ ଓ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ମୁମ୍ବାଇ ଠାରେ ମେରି ମାଟି ମେରା ଦେଶ ଅଭିଯାନ ଅଧୀନରେ ନେହରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଅମୃତ କଳସ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ନେହରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଠାକୁର ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନରେ ଅଂଶଗ୍ରହଣ କରିବା ଏବଂ ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ସହିଦ କରିଥିବା ସାହସୀ ଆତ୍ମାମାନଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ଏହି ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଦେଶ ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିବାକୁ ନିବେଦନ କରିଥିଲେ ।

ସମଗ୍ର ଭାରତରୁ ସଂଗୃହୀତ ଏହି ପବିତ୍ର ମାଟି ଦିଲ୍ଲୀର ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାକୁ ଆକାର ଦେବ ବୋଲି ସେ କହିଛନ୍ତି । ଏହା ଆମର ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସବୁଠାରୁ ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ପାଇଁ ନିଜକୁ ସମର୍ପିତ କରିବାକୁ ସେ ନାଗରିକ ମାନଙ୍କୁ ନିବେଦନ କରିଛନ୍ତି ।

***

SSP

 

 

 

 


(रिलीज़ आईडी: 1957862) आगंतुक पटल : 158
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी