ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ ଧନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନକାରୀ ସ୍କିମର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
28 AUG 2023 8:26PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଯୋଜନାକୁ ୯ ବର୍ଷ ପୂରଣ ଅବସରରେ ଏହାର ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନାକୁ ସଫଳ କରାଇବା ପଛରେ ଅବଦାନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ମାଇ ଗଭ୍ ଦ୍ୱାରା କରାଯାଇଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୯ ବର୍ଷ ପୂରଣ ଅବସରରେ ଏହି ସ୍କିମରୁ ଉପକୃତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଏହାକୁ ସଫଳ କରିବା ଦିଗରେ କାର୍ଯ୍ୟ କରିଥିବା ସମସ୍ତଙ୍କୁ ପ୍ରଶଂସା କରୁଛି । ଆମ ଲୋକଙ୍କୁ ସଶକ୍ତ କରିବାରେ ଏହା ଏକ ବଡ଼ ପ୍ରୟାସ । ଆଗେଇ ଚାଲିଥିବା ଆମ ଦେଶର ଅର୍ଥନୀତିରେ ପ୍ରତ୍ୟେକ ଭାରତୀୟଙ୍କ ଏକ ଉପଯୁକ୍ତ ସ୍ଥାନ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ବିତ୍ତୀୟ ମୁଖ୍ୟଧାରାକୁ ଆଣିଛୁ ।’
SR
(Release ID: 1953205)
Visitor Counter : 149
Read this release in:
Bengali
,
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam