ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ଧନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନକାରୀ ସ୍କିମର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2023 8:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଯୋଜନାକୁ ୯ ବର୍ଷ ପୂରଣ ଅବସରରେ ଏହାର ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନାକୁ ସଫଳ କରାଇବା ପଛରେ ଅବଦାନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ମାଇ ଗଭ୍ ଦ୍ୱାରା କରାଯାଇଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୯ ବର୍ଷ ପୂରଣ ଅବସରରେ ଏହି ସ୍କିମରୁ ଉପକୃତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଏହାକୁ ସଫଳ କରିବା ଦିଗରେ କାର୍ଯ୍ୟ କରିଥିବା ସମସ୍ତଙ୍କୁ ପ୍ରଶଂସା କରୁଛି । ଆମ ଲୋକଙ୍କୁ ସଶକ୍ତ କରିବାରେ ଏହା ଏକ ବଡ଼ ପ୍ରୟାସ । ଆଗେଇ ଚାଲିଥିବା ଆମ ଦେଶର ଅର୍ଥନୀତିରେ ପ୍ରତ୍ୟେକ ଭାରତୀୟଙ୍କ ଏକ ଉପଯୁକ୍ତ ସ୍ଥାନ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ବିତ୍ତୀୟ ମୁଖ୍ୟଧାରାକୁ ଆଣିଛୁ ।’

SR


(ରିଲିଜ ଆଡି: 1953205) ପରିଦର୍ଶକ କାଉଣ୍ଟର : 192