ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା ସମେତ 6 ଟି ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷଣୀୟ ଯାତ୍ରା ଅନ୍ତର୍ଗତ ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ


କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଛାତ୍ରମାନଙ୍କ ସହିତ ଆଲୋଚନା କରିବେ

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରମାନେ 23 ଅଗଷ୍ଟ 2023 ରେ ସଂସଦ ଭବନକୁ ମଧ୍ୟ ପରିଦର୍ଶନ କରିବେ

प्रविष्टि तिथि: 21 AUG 2023 5:41PM by PIB Bhubaneshwar

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରମାନେ 22 ଅଗଷ୍ଟ 2023 ରେ ରାଷ୍ଟ୍ରପତି ଭବନକୁ ପରିଦର୍ଶନ କରିବେ ଏବଂ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ। ଏହିସବୁ ଛାତ୍ରମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ବାରା ଆୟୋଜିତ ଶିକ୍ଷଣ ଯାତ୍ରାର ଅଂଶ ଭାବରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବେ। 

ଏହାପରେ ଦିନରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ଶ୍ରୀମତୀ ରେଣୁକା ସିଂଙ୍କ ସହିତ ଆଲୋଚନା ପାଇଁ ଏକ ସମ୍ମିଳନୀର ଆୟୋଜନ କରୁଛି। କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ 6 ଟି ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ 500 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀମାନେ 22 ଅଗଷ୍ଟ 2023 ରେ ନୂଆ ଦିଲ୍ଲୀରେ ଡା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ। 

ଏହି ପ୍ରକାର ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଛାତ୍ରମାନଙ୍କୁ ଶିକ୍ଷା, କ୍ୟାରିୟର ଏବଂ ଛାତ୍ରବୃତ୍ତି ଯୋଜନା ସହିତ ସମ୍ବନ୍ଧିତ ବିଷୟରେ ବିଚାର, ଅନ୍ତର୍ଦୁଷ୍ଟି ଏବଂ ଅନୁଭବକୁ ଆଦାନ ପ୍ରଦାନ କରିବା ପାଇଁ ସାର୍ଥକ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବା ଅଟେ। 

ଛାତ୍ରମାନେ 23 ଅଗଷ୍ଟ, 2023 ର ସକାଳ ସମୟରେ ସଂସଦ ଭବନକୁ ପରିଦର୍ଶନ କରିବେ। ଏହି ପ୍ରତିଷ୍ଠିତ ସଂସ୍ଥାର ଯାତ୍ରା ଦ୍ବାରା ଛାତ୍ରମାନେ ସଂସଦ ଭବନର କାର୍ଯ୍ୟ ସହିତ ପରିଚିତ ହେବା ଏବଂ ସଂସଦ ସହିତ ସାମିଲ୍ ଭୂମିକା ଓ ଦାୟୀତ୍ବକୁ ବୁଝିବାରେ ଏକ ସ୍ବତନ୍ତ୍ର ସୁଯୋଗ ମିଳିବ। 

ସମଗ୍ର କାର୍ଯ୍ୟକ୍ରମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ଛାତ୍ରମାନଙ୍କକୁ ଏକ ବ୍ୟାପକ ଅଭିଜ୍ଞତା ପ୍ରଦାନ କରିବ। ଏହି ଶିକ୍ଷଣ ଯାତ୍ରାର ଉଦ୍ଦେଶ୍ୟ ଛାତ୍ରମାନଙ୍କର ସମଗ୍ର ବିକାଶରେ ଯୋଗଦାନ ଦେବା ଅଟେ ଯେଉଁଥିରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଞ୍ଚ ମିଳିବ ଏବଂ ଏହା ସହିତ ସେମାନଙ୍କ ଜୀବନ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ସୃଷ୍ଟି ହେବ। 

BS


(रिलीज़ आईडी: 1950913) आगंतुक पटल : 220
इस विज्ञप्ति को इन भाषाओं में पढ़ें: हिन्दी , Punjabi , English , Urdu , Tamil , Telugu